19.1 C
Bhubaneswar
Friday, December 5, 2025
Homeଓଡିଶାପୋଖରୀରୁ ଭାସୁଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ପୋଖରୀରୁ ଭାସୁଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିରରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ପୋଖରୀରୁ ଭାସୁଥିବା ଏକ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୋଲିସ ସୀମା ଅନ୍ତର୍ଗତ ବୁରୋମାଲା ଗାଁରେ ଘଟିଛ ଏହି ଅଘଟଣ । ବୁରୋମାଲା ଗାଁରେ ଥିବା ଏକ ପୋଖରୀରୁ ଯୁବକଙ୍କ ହାତ ବନ୍ଧା ହୋଇଥିବା ଅବସ୍ଥାରେ ଭାସୁଥିବା ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କୁ ସୁରେନ୍ଦ୍ର ଭାଟି ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ କିଛି ସ୍ଥାନୀୟ ଲୋକ ମୃତଦେହକୁ ହାତ ବନ୍ଧା ହୋଇଥିବା ଅବସ୍ଥାରେ ଭାସୁଥିବା ଦେଖିଥିଲେ । ଏହା ପରେ ଲୋକମାନେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ମୃତଦେହକୁ ପୋଖରୀରୁ ଉଦ୍ଧାର କରିବା ସହ ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking