24.4 C
Bhubaneswar
Thursday, May 14, 2026
Homeଓଡିଶାମିଥ୍ୟା ଶ୍ରମିକ ଦର୍ଶାଇ ସରକାରୀ ଟଙ୍କାକୁ ହରିଲୁଟ୍ ଅଭିଯୋଗ

ମିଥ୍ୟା ଶ୍ରମିକ ଦର୍ଶାଇ ସରକାରୀ ଟଙ୍କାକୁ ହରିଲୁଟ୍ ଅଭିଯୋଗ

ଢେଙ୍କାନାଳ: ମିଥ୍ୟା ଶ୍ରମିକ ଦର୍ଶାଇ ସରକାରୀ ଟଙ୍କାକୁ ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ରାସୋଳ ପଞ୍ଚାୟତ ଅନ୍ତର୍ଗତ ନାଉକିଆରୀ ହରିଜନସାହି ଠାରୁ ଶଙ୍କରଗୁଣ୍ଠ ରାସ୍ତା ନିର୍ମାଣ କାର୍ଯ୍ୟ କିଛିଦିନ ତଳେ କରାଯାଇଛି। ଏହି ରାସ୍ତାରେ କାମ କରୁଥିବା ଶ୍ରମିକମାନଙ୍କ ମଧ୍ୟରୁ ମଷ୍ଟରରୋଲରେ ନାମ ଦିଆଯାଇଥିବା ବହୁ ଶ୍ରମିକଙ୍କ ନାମ ମିଥ୍ୟା ଅଟେ। ଯାହାର ସଂପୂର୍ଣ୍ଣ ତଥ୍ୟ ସୂଚନାଆଇନ୍ ବଳରେ ହସ୍ତଗତ ହୋଇଛି। ସୂଚନା ଆଇନ୍ ବଳରେ ମଗାଯାଇଥିବା ତଥ୍ୟ ଅନୁଯାୟୀ ଯେଉଁ ଶ୍ରମିକ କାମ କରିଥିବା ନେଇ ସୂଚନାରେ ଦର୍ଶାଯାଇଛି ପ୍ରକୃତରେ ସେମାନଙ୍କ ମଧ୍ୟରୁ ବହୁ ଶ୍ରମିକ ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି। ଏବଂ କେତେକ ବ୍ୟକ୍ତି ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିବାବେଳେ ସେ କାମ କରୁଥିବା ନେଇ ମଧ୍ୟ ତାଙ୍କ ନାମ ଶ୍ରମିକମାନଙ୍କ ତାଲିକାରେ ଦର୍ଶାଯାଇଛି। ନାଉକିଆରୀ ହରିଜନସାହି ଠାରୁ ଶଙ୍କରଗୁଣ୍ଠ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଯେଉଁ ଶ୍ରମିକମାନେ ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି। ସେହି ଶ୍ରମିକମାନେ ଏହି ରାସ୍ତା କାମ କରୁଥିବା ନେଇ ସୂଚନାଆଇନ୍ ବଳରେ ଯେଉଁ ମିଥ୍ୟା ତଥ୍ୟ ଦିଆଯାଇଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେମାନେ ବାହାର ରାଜ୍ୟରେ ଥାଇ ଭିଡିଓ କନଫରେନ୍‌ସ ମାଧ୍ୟମରେ କାମ କରୁଥିଲେ ବୋଲି କି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। ସୂଚନାଆଇନ୍ ବଳରେ ତଥ୍ୟ ଦିଆଯାଇଥିବା କେତେକ ହିତାଧିକାରୀଙ୍କୁ ଯୋଗାଯୋଗ କରିବାରେ ଆମେ କାର୍ଯ୍ୟ କରିବାକୁ ଆଦୌ ଯାଇ ନାହୁଁ। ସେମାନେ କିପରି ଆମ ନାମ ଶ୍ରମିକମାନଙ୍କ ତାଲିକାରେ ଦର୍ଶାଇଛନ୍ତି ବୋଲି ଓଲଟା ପ୍ରଶ୍ନ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking