27.4 C
Bhubaneswar
Thursday, May 14, 2026
Homeଓଡିଶାଚିରୁଳେଇ ଗ୍ରାମକୁ ପଞ୍ଚାୟତ ମାନ୍ୟତା ଦାବି

ଚିରୁଳେଇ ଗ୍ରାମକୁ ପଞ୍ଚାୟତ ମାନ୍ୟତା ଦାବି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ କାବରା ଗ୍ରାମ ପଞ୍ଚାୟତ ତିରୁଳେଇ ରାଜସ୍ୱ ଗ୍ରାମକୁ ପଞ୍ଚାୟତ ମାନ୍ୟତା ଦେଇ ଗ୍ରାମ ପଞ୍ଚାୟତ ଭାବେ ଘୋଷଣା କରିବା ପାଇଁ ଗ୍ରାମବାସୀମାନେ ଆଜି ଓଡିଶା ସରକାରଙ୍କ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ପ୍ରାୟ ୪୦୦୦ ଜନସଂଖ୍ୟା ବିଶିଷ୍ଟ ଚିରୁଳେଇ ରାଜସ୍ୱ ଗ୍ରାମଟି ହରଡବେରଣା ,ଚମଦଳ, ଡାହିସାହି ଓ ଜୁଆଙ୍ଗ ସାହି ପଡା ଗ୍ରାମକୁ ନେଇ ଗଠିତ ପ୍ରାୟ ୧୧ ବର୍ଗ କିମି ପରିଧି ମଧ୍ୟରେ ସୀମିତ ଅଛି। ସ୍ୱାଧିନତାର ୭୮ ବର୍ଷ ବିତିଯାଇଥିଲେ ମଧ୍ୟ ପଡା ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ପାନୀୟଜଳ ସମସ୍ୟା ଲାଗି ରହିଥିବା ବେଳେ ସ୍ୱାସ୍ଥ୍ୟ ସେବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ବ୍ୟବସ୍ଥା ନାହିଁ। ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ବେଳେ ହାତୀ ଓ ବଣ୍ୟଯନ୍ତୁ କବଳିତ ଏହି ଗ୍ରାମଗୁଡିକୁ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ନାହିଁ। ଫଳରେ ଅନେକ ଥର ହାତୀ ଗ୍ରାମ ମଧ୍ୟରେ ପ୍ରବେଶ କରିବାର ନଜିର ରହିଛି। ଏତେ ସବୁ ସମସ୍ୟାର ସମସ୍ୟା ସମାଧାନ ପାଇଁ ସମସ୍ତ ଗ୍ରାମବାସୀମାନେ ବାରମ୍ବାର ବୈଠକ କରି ଗ୍ରାମକୁ ଗ୍ରାମ ପଞ୍ଚାୟତ ମାନ୍ୟତା ଦେବା ପାଇଁ ସହମତି ପ୍ରକାଶ କରିଛନ୍ତି। ଗ୍ରାମ ସଭାପତି ବେଣୁଧର ସାମଲଙ୍କ, ବିଶିଷ୍ଟ ଶ୍ରମିକ ନେତା ଶ୍ରୀନିବାସ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭୂବନେଶ୍ୱରରେ ମନ୍ତ୍ରୀଙ୍କୁ ଭେଟି ପଞ୍ଚାୟତ ପାଇଁ ସମସ୍ତ ଯୋଗ୍ୟତା ରଖୁଥିବା ଚିରୁଳେଇ ରାଜସ୍ୱ ଗ୍ରାମକୁ ପଞ୍ଚାୟତ ମାନ୍ୟତା ପ୍ରଦାନ କରି ଚିରୁଳେଇ ଗ୍ରାମ ପଞ୍ଚାୟତ ଭାବେ ଘୋଷଣା କରିବା ପାଇଁ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking