29.1 C
Bhubaneswar
Friday, April 3, 2026
Homeଓଡିଶାନିଆଁରେ ପୋଡି ପାଚିକା ଗୁରୁତର

ନିଆଁରେ ପୋଡି ପାଚିକା ଗୁରୁତର

କେନ୍ଦୁଝର: ମଧ୍ୟାହ୍ନଭୋଜନ ପ୍ରସ୍ତୁତି ବେଳେ ଚୁଲି ନିଆଁରୁ ଶାଢ଼ିରେ ନିଆଁ ଲାଗିଯାଇ ପାଚିକା ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି। ପାଚିକା ହେଲେ ଗ୍ରାମର ତଅପୋଇ ପ୍ରଧାନ।ସୂଚନାରୁ ଜଣାପଡ଼ିଛି, କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ହାତୀବନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ପ୍ରତିଦିନ ପରି ଛାତ୍ର ଛାତ୍ରଙ୍କ ପାଇଁ ପାଚିକା ଜଣଙ୍କ କାଠ ଚୁଲିରେ ରୋଷେଇ ପ୍ରସ୍ତୁତି କରୁଥିବା ବେଳେ ଅସାବଧାନତା ବଶତଃ ଚୂଲି ନିଆଁରୁ ତାଙ୍କ ପିନ୍ଧିଥିବା ଶାଢ଼ିରେ ଲାଗିଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking