18.1 C
Bhubaneswar
Wednesday, February 4, 2026
Homeଓଡିଶାଯାତ୍ରୀବାହୀ ବସ୍ ଓଲଟି ୧୦ ଗୁରୁତର

ଯାତ୍ରୀବାହୀ ବସ୍ ଓଲଟି ୧୦ ଗୁରୁତର

ଅନୁଗୁଳ: ଅନୁଗୁଳ-ସମ୍ବଲପୁର ଏନଏଚ-୫୫ ରାଜପଥର ଜେରେଙ୍ଗା ଦେହୁରୀସାହି ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସ୍‌ଟି ଆଠମଲିକ୍‌ରୁ ଅନୁଗୁଳ ଅଭିମୁଖେ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଡ୍ରାଇଭର ଗାଡ଼ିର ଚକା ଉପରୁ ନିୟନ୍ତ୍ରଣ ହରାଇବା ଫଳରେ ଏହି ଘଟଣା ଘଟିଥିଲା। ଫଳରେ ୧୦ ଜଣ ଗୁରୁତର ଆହତ ହୋଇଥିଲେ ଏବଂ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିଲେ। ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ଗ୍ରାମବାସୀମାନେ ଘଟଣାସ୍ଥଳକୁ ପହଞ୍ଚି ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା (ଡିଏଚ୍ଏଚ୍)କୁ ସ୍ଥାନାନ୍ତରିତ କରିଥିଲେ। ପରେ, ଜରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking