ଭୁବନେଶ୍ୱର: ସୁଜାତାଙ୍କୁ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟ । ଜୟନାରାୟଣ କହିଛନ୍ତି ସୁଜତା ନେତା ନୁହଁନ୍ତି, ସେ ଆସିଲେ କଣ ହେବ । ବିଜେଡି ଆଉ ରହିବନି ତା କଥା ଆଲୋଚନା କରିକି ଲାଭ କଣ । ଦଳ ରହିଲେ ସିନା ଦାୟିତ୍ୱ ନେବେ । ବିଜେପି ହ୍ୱିସିଲ୍ ଫୁଙ୍କିଲେ ବିଜେଡି ଭାଙ୍ଗିବ, ୧୨ ଫାଳ ହୋଇଯିବ । ଓଡିଶାକୁ ୨୪ ବର୍ଷ ଶାସନ କଲା ପରେ ନିର୍ବାଚନରେ ୩ନଂ କୁ ଖସିଲା । ୫୧ ଥିଲେ ୫୦ ହେଲା, ବର୍ଷେ ଦୁଇ ବର୍ଷରେ ୪ କି ୫ ଥିବେ କି ନାହିଁ ତାହା ସନ୍ଦେହରେ ।










