ଭୁବନେଶ୍ୱର: ଲଘୁ ଖଣିଜ ଚୋର, ଖଣି ମାଫିଆ ଓ ବାଲି ମାଫିଆଙ୍କୁ ନିଶ୍ଚିହ୍ନ କରାଯିବ। ଏନେଇ କଠୋର ଚେତାବନୀ ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା । ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଆକ୍ସନ ଜାରି ରହିବ। ନୂଆ ଆଇନକୁ କଡାକଡି ଭାବେ ପାଳନ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଗାଡି ଜବତ କରାଯାଇଛି। କେହି ବି ସରକାରଙ୍କ ନଜରରୁ ବର୍ତ୍ତି ପାରିବେନି । ଆଗକୁ ଆହୁରି ବଡା ଧରଣର ଆକ୍ସନ ହେବ କହିଛନ୍ତି ବିଭୂତି ଜେନା ।










