27.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶ୨୬/୧୧ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ରାଷ୍ଟ୍ରପତି

୨୬/୧୧ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ଦେଶକୁ ସୁରକ୍ଷା ଦେଇ ପ୍ରାଣବଳି ଦେଇଥିବା ସାହସୀ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏନେଇ ମୁର୍ମୁ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢିବା ପାଇଁ ସମସ୍ତଙ୍କ ପ୍ରତିବଦ୍ଧତାକୁ ଦୋହରାଇବାକୁ ଆହ୍ୱାନ ଦେଇଛନ୍ତି। ଏହା ସହ ଦେଶ ସହିଦ ଯବାନମାନଙ୍କର ସର୍ବୋଚ୍ଚ ବଳିଦାନକୁ କୃତଜ୍ଞତାର ସହିତ ମନେ ରଖିଛି।

ରାଷ୍ଟ୍ରପତି ତାଙ୍କ ପୋଷ୍ଟରେ କହିଛନ୍ତି, “୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ, ମୁଁ ଆମ ଦେଶର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିଜ ଜୀବନ ଦେଇଥିବା ସାହସୀ ସୈନିକମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ଦେଶ କୃତଜ୍ଞତାର ସହିତ ସେମାନଙ୍କ ସର୍ବୋଚ୍ଚ ବଳିଦାନକୁ ମନେ ରଖେ। ଆସନ୍ତୁ ଆମେ ସମସ୍ତ ପ୍ରକାରର ଆତଙ୍କବାଦର ମୁକାବିଲା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇବା। ଆସନ୍ତୁ ଆମେ ସମସ୍ତେ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତ ଗଠନର ସଂକଳ୍ପ ସହିତ ବିକାଶ ପଥରେ ଏକାଠି ଆଗକୁ ବଢ଼ିବା।” ପାକିସ୍ତାନରୁ ସମୁଦ୍ର ପଥ ଦେଇ ମୁମ୍ବାଇ ଅଞ୍ଚଳରେ ପ୍ରବେଶ କରିଥିବା ଦଶ ଲସ୍କର-ଏ-ତୈବା ଆତଙ୍କବାଦୀମାନେ ୨୬ ନଭେମ୍ବର ୨୦୦୮ରେ ଆତଙ୍କବାଦୀ ଆକ୍ରମଣ କରିଥିଲେ, ଯେଉଁଥିରେ ୧୮ ସୁରକ୍ଷା କର୍ମୀଙ୍କ ସମେତ ୧୬୬ ଜଣ ଲୋକ ପ୍ରାଣ ହରାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking