21.1 C
Bhubaneswar
Wednesday, February 4, 2026
Homeଓଡିଶା୨୦୪୦ ସୁଦ୍ଧା ଚନ୍ଦ୍ରକୁ ଯିବି: ଶୁଭାଂଶୁ

୨୦୪୦ ସୁଦ୍ଧା ଚନ୍ଦ୍ରକୁ ଯିବି: ଶୁଭାଂଶୁ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ କାର୍ଯ୍ୟକ୍ରମରେ ମହାକାଶଚାରୀ  ଶୁଭାଂଶୁ ଶୁକ୍ଲା । ବାର୍ଷିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମେଳା  ସାଇଟେଡର ନବମ ସଂସ୍କରଣରେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ଭାଗ ନେଇ ମହାକାଶର ଅନୁଭୂତି ବଖାଣିଲେ ଶୁଭାଂଶୁ । କହିଲେ, ୨୦୪୦ ସୁଦ୍ଧା ଆମେ ଚନ୍ଦ୍ରକୁ ଯିବୁ , ଏହି ଯୋଜନା ଆମର ରହିଛି । ଗତବର୍ଷ ଅଗଷ୍ଟରେ ମୋ ମିଶନ ଆରମ୍ଭ ହୋଇଥିଲା । ଗଗନୟାନ ମିଶନ କାମ ଚାଲିଛି, ମୁଁ ସେଥିରେ ଗୋଟେ ପାର୍ଟ । ଏଥି ସହିତ ଛାତ୍ର ଛାତ୍ରୀମାନଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ ଶୁଭାଂଶୁ ଶୁକ୍ଲା ।ଅନ୍ୟପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶୁଭାଂଶୁ କହିଛନ୍ତି, ଓଡିଆ ପିଲାମାନେ ମହାକାଶ ବିଜ୍ଞାନରେ ଆଗକୁ ଯାଆନ୍ତୁ ।  ମହାକାଶର ଅନୁଭୂତି ବାଣ୍ଟିବାକୁ ଓଡିଶା ଆସିଛି। ମହାକାଶର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା।  ଜିରୋ ଗ୍ରାଭିଟି ପାଇଁ ମହାକାଶରେ ଡ୍ରାଏଫୁଡ ଖାଇବା ସମ୍ଭବ  ନୁହେଁ। ମହାକାଶରେ ଜୀବନ ଚର୍ଯ୍ୟା ଭିନ୍ନ ଥିଲା । ଆକ୍ସିୟମ- ୪ ମିଶନରେ ୧୮ ଦିନ ମହାକାଶରେ ରହିଥିଲେ ଶୁଭାଂଶୁ । ସ୍ପେଶରେ ଉଚ୍ଚତା ବଢିବା ପରି ଲାଗେ । ପ୍ରଥମ ୪ରୁ ୫ ଦିନ ଖାପ ଖୁଆଇବା ଚ୍ୟାଲେଞ୍ଜିଂ। ସେହିପରି ଫେରିବା ପରେ ପୃଥୀବୀପୃଷ୍ଠ ବି ଚ୍ୟାଲେଞ୍ଜିଂ ଲାଗେ । ଜିରୋ ଗ୍ରାଭିଟିରେ ଶରୀର ବିଦ୍ରୋହ କରେ କୁହାଯାଇପାରିବ। ରକ୍ତଚାପରେ ପରିବର୍ତ୍ତନ ଯୋଗୁଁ ହୃତସ୍ପନ୍ଦନ କମ ହୋଇଥାଏ । ଜିରୋ ଗ୍ରାଭିଟିରେ ଉଚ୍ଚତା ବଢିବା ପରି ଲାଗେ । ମହାକାଶକୁ ଫେରିଲା ପରେ ପୂର୍ବାବସ୍ଥା ଅନୁଭବ ହୁଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking