35.1 C
Bhubaneswar
Wednesday, April 29, 2026
Homeଓଡିଶାସୃଷ୍ଟି ହେଲା ବାତ୍ୟା ‘ସେନୟାର’

ସୃଷ୍ଟି ହେଲା ବାତ୍ୟା ‘ସେନୟାର’

ଭୁବନେଶ୍ୱର: ସୃଷ୍ଟି ହେଲା ବାତ୍ୟା ସେନୟାର । ମାଲକ୍କା ପ୍ରଣାଳୀ ଏବଂ  ତତସଂଲଗ୍ନ ଉତ୍ତର ପୂର୍ବ ଇଣ୍ଡୋନେସିଆ ମଧ୍ୟରେ ଏହି ବାତ୍ୟା ସେନୟାର ସୃଷ୍ଟି ହୋଇଛି। ମାଲକ୍କା ପ୍ରଣାଳୀ ଉପରେ ଥିବା  ଗଭୀର ଅବପାତ ପଶ୍ଚିମ ଦିଗକୁ ଗତି କରି ବାତ୍ୟାରେ ପରିଣତ ହୋଇଛି । ଏହି ବାତ୍ୟା ଇଣ୍ଡୋନେସିଆର କୁତ ମକମୁର ଠାରୁ ୧୦୦ କିମି ପୂର୍ବରେ ରହିଥିବା ବେଳେ ମାଲେସିଆ ଠାରୁ ୬୦୦ କିଲୋ ମିଟର ଦୂରରେ ରହିଛି। ଏହା କ୍ରମେ ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ପୂର୍ବ ଦିଗରେ ଗତି କରିବ। ସେହିପରି ଅନ୍ୟ ଏକ ସିଷ୍ଟମରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ତତ ସଂଲଗ୍ନ ଦକ୍ଷିଣ ଶ୍ରୀଲଙ୍କା ଏବଂ ଭାରତ ମହାସାଗର ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି ୱିଲ ମାର୍ଡ ଲୋ ପ୍ରେସର ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅବପାତର ରୂପ ନେବ। ତେବେ ଏହି ଦୁଇଟି ସିଷ୍ଟମ ଓଡିଶା ଉପରେ  ସିଧା ସଳଖ ପ୍ରଭାବ ପଡିନପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking