33.1 C
Bhubaneswar
Saturday, May 30, 2026
Homeଓଡିଶାଗୀତରେ ଗୀତରେ ବିଜେଡିକୁ ଶ୍ରୀମୟୀଙ୍କ ସମାଲୋଚନା

ଗୀତରେ ଗୀତରେ ବିଜେଡିକୁ ଶ୍ରୀମୟୀଙ୍କ ସମାଲୋଚନା

ଭୁବନେଶ୍ୱର: ପୁଣି ବିଜେଡିକୁ ସୋସିଆଲ ମିଡିଆରେ  ଶ୍ରୀମୟୀ ମିଶ୍ରଙ୍କ ନିଶାନା। ବିଜେଡି ସହ ପାଣ୍ଡିଆନଙ୍କୁ ପରୋକ୍ଷରେ ସୋସିଆଲ ମିଡିଆରେ ସମାଲୋଚନା  କରିଛନ୍ତି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଲେଖିଛନ୍ତି, ଅନ୍ୟ ମୁଣ୍ଡରେ ଅଠା ବୋଳ, ଏହା ହେଉଛି ତାମିଲ ଖେଳ । ଅନାମ ବାବୁଙ୍କ ମୁହଁରେ କୁହାଇ , ପୁରୁଖାଙ୍କୁ ଦେଉଛି ସେ ଫସାଇ । ଆରମ୍ଭ ହେଲାଣି ପଲିଟିକାଲ ଇଭେଣ୍ଟ, ଖୋଜା ଚାଲିଛି ବିଶ୍ୱସ୍ତ ଏଜେଣ୍ଟ। ଧମକ ଦେଲେଣି ପାଲତୁ ବାବୁ, ମୁଣ୍ଡପୋତି ସହୁଛନ୍ତି ବରିଷ୍ଠ ବାବୁ। ଆଉ ଶେଷ ଧାଡିରେ ଶ୍ରୀମୟୀ ଉଲ୍ଲେଖ କରିଛନ୍ତି,  ଧନ୍ୟରେ ଆମ ବିଜୁପ୍ରେମୀ, ହେଇଗଲ ସବୁ ଭଣ୍ଡ ଅନୁଗାମୀ। ଆଗରୁ ଏମିତି ଅନେକ ଥର ବିଜେଡିକୁ ସମାଲୋଚନା କରି ଆସିଛନ୍ତି ଶ୍ରୀମୟୀ । ତେବେ ଏନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ନବୀନ ପଟ୍ଟନାୟକଙ୍କ ନିରବତା ମଧ୍ୟରେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ପରଦା ପଛରେ ରହି ଦଳକୁ ନିୟନ୍ତ୍ରଣ କରୁଥିବାରୁ ବିଜେଡିରେ କନ୍ଦଳ ତୀବ୍ର ହେବାରେ ଲାଗିଛି । ଯାହା ଏବେ ଦଳର ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି ବୋଲି ଚର୍ଚ୍ଚା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking