23.1 C
Bhubaneswar
Monday, February 2, 2026
Homeଓଡିଶା୧୨ହଜାର ଟଙ୍କା ଲାଞ୍ଚ ନେଲାବେଳେ ଏଆର୍‌ଆଇ ଗିରଫ

୧୨ହଜାର ଟଙ୍କା ଲାଞ୍ଚ ନେଲାବେଳେ ଏଆର୍‌ଆଇ ଗିରଫ

କେନ୍ଦ୍ରାପଡ଼ା: ଚାଷ ଜମିକୁ ଘରବାଡି ଜମିରେ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୨ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବାବେଳେ କେନ୍ଦ୍ରାପଡ଼ା ତହସିଲ୍ ଅଧିନ ନିକିରାଇ ରାଜସ୍ୱ ସର୍କଲର ସହକାରୀ ରାଜସ୍ୱ ନିରୀକ୍ଷକ(ଏଆର୍‌ଆଇ) ଅଭିମନ୍ୟୁ ବେହେରା ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ପ୍ରକାଶ, ଡେରାବିଶ ବ୍ଲକ୍‌ର ଜଣେ ବ୍ୟକ୍ତି ନିଜ ଚାଷ ଜମିକୁ ଘରବାଡି ଜମିରେ ପରିଣତ କରିବା ପାଇଁ ଆବେଦନ କରିଥିଲେ। ଏନେଇ ସେ ଅନ୍‌ଲାଇନ୍‌ରେ କେନ୍ଦ୍ରାପଡ଼ା ତହସିଲ୍‌ଦାର୍‌ଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ସମସ୍ତ କାଗଜାତ ଯାଞ୍ଚ ପରେ ଏଆର୍‌ଆଇ ଶ୍ରୀ ବେହରୋ ଜମି ମାଲିକଙ୍କୁ କାର୍ଯ୍ୟାଳୟକୁ ଡକାଇଥିଲେ। ଜମିର କିସମ ପରିବର୍ତ୍ତନ କରି ତାଙ୍କ ସପକ୍ଷରେ ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଜମି ମାଲିକ ଏତେ ଟଙ୍କା ଦେବା ପାଇଁ ସକ୍ଷମ ନୁହଁନ୍ତି ବୋଲି କହିଥିଲେ। ଫଳରେ ଶ୍ରୀ ବେହେରା ୧୫ହଜାରରୁ ୧୨ ହଜାର ଟଙ୍କା ଦେବାପାଇଁ କହିଥିଲେ। ଜମି ମାଲିକ ଏ ସଂକ୍ରାନ୍ତରେ ଭିଜିଲାନ୍ସରେ ଲିଖିତ ଅଭିଯୋଗ କରିଥିଲେ। ଫଳରେ ମଙ୍ଗଳବାର ଏଆର୍‌ଆଇ କାର୍ଯ୍ୟାଳୟରେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିନେଇ ଗିରଫ କରିଥିଲେ। ତାଙ୍କୁ ଗିରଫ ପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ ଯାରିରହିଛି। ଏ ନେଇ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଯାରିରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking