ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ଏମଭି ୭୯ ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବନ୍ଦ କୋଠରୀରେ ୩ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି । ଘରକୁ ଡାକି ନେଇ ଦୁଷ୍କର୍ମ କଲା ପଡୋଶୀ । ଥାନାର ଦ୍ୱାରସ୍ଥ ହେଲେ ୩ ପୀଡିତାଙ୍କ ପରିବାର । ଘଟଣା ପରେ ଅଭିଯୁକ୍ତ ନରେନ ରାୟ ଫେରାର ଥିବା ନେଇ ସୂଚନା ମିଳିଛି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।










