25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶ ଧର୍ମଧ୍ୱଜା ସ୍ଥାପନା କଲେ ମୋଦି

 ଧର୍ମଧ୍ୱଜା ସ୍ଥାପନା କଲେ ମୋଦି

ନୂଆଦିଲ୍ଲୀ: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର  ଶିଖରରେ ଉଡିଲା ଧର୍ମଧ୍ୱଜା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ଶିଖରରେ ବିଧିବଦ୍ଧ ଭାବରେ ଏକ ଗେରୁଆ ପତାକା ଉତ୍ତୋଳନ କରିଛନ୍ତି । ଶ୍ରୀରାମ ମନ୍ଦିର ଚୂଡାରେ ଉଡୁଛି ଗେରୁଆ ରଙ୍ଗର ପତାକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରର ‘ଶିଖର’ରେ ଆନୁଷ୍ଠାନିକ ଭାବରେ ପତାକା ଉତ୍ତୋଳନ କରିଛନ୍ତି । ପତାକାରେ ରହିଛି ଉଜ୍ଜ୍ୱଳ ସୂର୍ଯ୍ୟ ଓ ଲେଖାଯାଇଛି ଓମ । ଧର୍ମଧ୍ୱଜାରେ ରହିଛି କାଞ୍ଚନ ଗଛର ପ୍ରତିଛବି । ମାର୍ଗଶିର ମାସ ଶୁକ୍ଳପକ୍ଷ ପ୍‌ଚମୀରେ ଧ୍ୱଜାରୋହଣ  କରାଯାଇଛି ।  ରାମସୀତାଙ୍କ ବିବାହ ପଞ୍ଚମୀରେ  ଧର୍ମଧ୍ୱଜା ସ୍ଥାପନା କରାଯାଇଛି। ଧର୍ମଧ୍ୱଜାର ଉଚ୍ଚତା ୧୦ ଫୁଟ ଓ ଲମ୍ବ ୨୦  ରହିଛି । ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର  ପତାକା ତିଆରି ହୋଇଛି ।  ମର୍ଯ୍ୟାଦା , ଏକତା ଓ ସଂସ୍କୃତିର ବାର୍ତ୍ତାବହ ହେଉଛି ଧର୍ମଧ୍ୱଜା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking