33.3 C
Bhubaneswar
Saturday, June 13, 2026
Homeଓଡିଶାନଭେମ୍ବର ୨୭ ପର୍ଯ୍ୟନ୍ତ ବଢ଼ିଲା ଓଟିଇଟି ଆବେଦନ

ନଭେମ୍ବର ୨୭ ପର୍ଯ୍ୟନ୍ତ ବଢ଼ିଲା ଓଟିଇଟି ଆବେଦନ

ଭୁବନେଶ୍ୱର: ଓଟିଇଟି ୨୦୨୫ ପାଇଁ ଆବେଦନର ଶେଷ ତାରିଖ ବୃଦ୍ଧି କରିଛି। ଓଟିଇଟି ୨୦୨୫ ଆବେଦନ ଅବଧି ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା। ପିଲାମାନଙ୍କ ଅନୁରୋଧ ଅନୁସାରେ ଅବଧି ବଢ଼ିବା ସୂଚନା। ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛିସୂଚନାଯୋଗ୍ୟ, ଓଟିଇଟି ୨୦୨୫ ପାଇଁ ଆବେଦନ ନଭେମ୍ବର ୧୧ ତାରିଖରୁ ଆରମ୍ଭ ହୋଇଥିଲା। ଏହା ନଭେମ୍ବର ୨୫ ତାରିଖ (ଆସନ୍ତାକାଲି) ମଧ୍ୟରାତ୍ରିରେ ଶେଷ ହେବାର ଥିଲା। ଏହାକୁ ଆସନ୍ତା ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଏସଇ, ଓଡ଼ିଶା ଦ୍ୱାରା ଘୋଷଣା ଅନୁଯାୟୀ, ଓଟିଇଟି ୨୦୨୫ ପରୀକ୍ଷା ଡିସେମ୍ବର ୧୭ (ବୁଧବାର) ରେ ଦୁଇଟି ସିଟିଂରେ (ପେପର-୧ ସକାଳ ୯ ଟାରୁ ୧୧.୩୦ ଟା ଏବଂ ପେପର-୨ ଅପରାହ୍ନ ୨ ଟାରୁ ୪.୩୦ ଟା) ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ଡିସେମ୍ବର ୧୦ ତାରିଖରୁ ଅଫିସିଆଲ୍ ୱେବସାଇଟ୍ www.bseodisha.ac.inରୁ ଓଟିଇଟି ପରୀକ୍ଷା ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking