24.1 C
Bhubaneswar
Wednesday, February 4, 2026
Homeଓଡିଶାମଦ୍ୟପ ସ୍ୱାମୀର ଗୋଇଠା ମାଡ଼ରେ ସ୍ତ୍ରୀ ମୃତ: ସ୍ୱାମୀ ଥାନାରେ ଅଟକ

ମଦ୍ୟପ ସ୍ୱାମୀର ଗୋଇଠା ମାଡ଼ରେ ସ୍ତ୍ରୀ ମୃତ: ସ୍ୱାମୀ ଥାନାରେ ଅଟକ

ଯାଜପୁର: ଯାଜପୁର ପୁର ଜିଲ୍ଲାର ଯାଜପୁରରୋଡ଼ ଥାନା ଅଞ୍ଚଳରେ ମଦ୍ୟପ ସ୍ୱାମୀର ଗୋଇଠା ମାଡ଼ରେ ସ୍ତ୍ରୀର ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଘଟିଛି। ବ୍ୟାସନଗର ପୌରାଞ୍ଚଳ ୨୫ ନଂ ୱାର୍ଡ ଚୂନଭାଟି ଟିଣ ହଟିଙ୍ଗ ବସ୍ତିରେ ଶନିବାର ସନ୍ଧ୍ୟାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁଯାଇ ଦିନମଜୁରିଆ ଭାବେ କାମକରୁଥିବା ଭାଗିରଥି ପୂର୍ତ୍ତି (ଟୁଟି ୪୮) ସନ୍ଧ୍ୟାରେ ମଦ୍ୟପାନ କରି ଘରକୁ ଆସିଥିଲା। ଏହି ସମୟରେ ଭାଗିରଥିର ସ୍ତ୍ରୀ ବେଲ ପୂର୍ତ୍ତି (୪୫)ଶିଳରେ ମସଲା ବାଟୁଥିବା ଅବସ୍ଥାରେ ସ୍ୱାମୀ ଗାଳିଗୁଲଜ କରିଥିଲା। ସ୍ତ୍ରୀ ବେଲ ଏଥିରେ କିଛି କହିବାରୁ ନିଶାରେ ଥିବା ଭାଗିରଥି ତାଙ୍କ ପେଟକୁ ଏକ ଗୋଇଠା ମାରିଥିଲା। ଗୋଇଠା ମାଡ଼ରେ ବେଲ ଘଟଣା ସ୍ଥଳରେ ଚେତାଶୂନ୍ୟ ହୋଇଯାଇଥିବା ସାନପୁଅ ଭଗବାନ କହିଛି। ସଙ୍ଗେ ସଙ୍ଗେ ବେଲକୁ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବେଲର ମୃତ୍ୟୁ ଘଟିଥିଲା। ଖବର ପାଇ ଯାଜପୁରରୋଡ଼ ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ ହୋଇନଥିବା ଥାନାଧିକାରୀ ଆଶିଷ ସାହୁ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking