24.1 C
Bhubaneswar
Monday, May 4, 2026
Homeଓଡିଶାମୋରଡା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳାରେ ଯୋଗ ଦେଲେ ସାଂସଦ

ମୋରଡା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳାରେ ଯୋଗ ଦେଲେ ସାଂସଦ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ମୋରଡା ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି l ଏଥିପାଇଁ ଆୟୋଜିତ ଉଦଘାଟନୀ ଉତ୍ସବର ସଭାରେ ମୋରଡା ବିଇଓ ବିଜୟ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ସାଙ୍ଗଠନିକ ସମ୍ପାଦକ ସୁଧାଂଶୁ ଶେଖର ସେଠୀ, ସ୍ୱତନ୍ତ୍ର ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ଡେପୁଟି ଡ଼ାଇରେକ୍ଟର ଉତ୍ତର ଓଡିଶା ଜୋନର ରାଜେଶ କୁମାର ପ୍ରଧାନ, ମୁଖ୍ୟବକ୍ତା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଗୌତମ କୁମାର ପାତ୍ର, ବିଇଓ ବିଜୟ କୁମାର ସେଠୀ , ମୋରଡା ସରପଞ୍ଚ ରବି ସିଂ, ଶିକ୍ଷକ ସଂଘ ସଭାପତି ସୂର୍ଯ୍ୟକାନ୍ତ ସେଠୀ, ଏବିଇଓ ପୃଥୁନାଥ ବାସ୍କେ , ସିଆରସିସି ଅନିତା ବେହେରା , ଓଷ୍ଟା ସଭାପତି ମୂରଲୀଧର ବାରିକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ l ଅତିଥିଗଣ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ସରକାରଙ୍କ ସହାୟତାରେ ଭବ୍ୟ ଆୟୋଜନ ସମ୍ଭବ ହୋଇ ପାରିନଥିବା ବେଳେ ସମସ୍ତଙ୍କ ସହଯୋଗରେ ହିଁ ଭବ୍ୟ ଆୟୋଜନ ସମ୍ଭବ ବୋଲି ମୁଖ୍ୟବକ୍ତା କହିଥିଲେ । ସେହିପରି ରାଜ୍ୟସଭା ସାଂସଦ ମମତା ମହାନ୍ତ କହିଛନ୍ତି ବିଜ୍ଞାନକୁ ନେଇ ଆଜିର ଛାତ୍ର ଛାତ୍ରୀ ମାନେ ସମାଜକୁ ବହୁ ଆଗକୁ ନେଇପାରିବେ । ଏହି ପ୍ରଦାର୍ଶନୀରେ ମୋଟ ୧୨୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ମୋରଡା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ସିଦ୍ଧିବିନାୟକ ମାହାନାଙ୍କ ” ସୋଲାର ସ୍ମାର୍ଟ ସିଟିୱାରକିଙ୍ଗ ମୋଡେଲ ” ଏବଂ ହଳଦୀପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ଜୀବନଜ୍ୟୋତି ସେନାପତିଙ୍କ ” ମୃତ୍ତିକା ବିହୀନ ଚାଷ ” ଆଦୃତ ହୋଇଥିଲା l ବିଜ୍ଞାନ ମେଳା ଉପଲକ୍ଷେ ଆୟୋଜିତ ସଭାମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ହରେନ୍ଦ୍ର ମହାନ୍ତ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking