25.1 C
Bhubaneswar
Monday, May 4, 2026
Homeଦେଶ ବିଦେଶଅସହ୍ୟ ହେଲା କାମର ଚାପ, ଜୀବନ ହାରିଲେ ମହିଳା

ଅସହ୍ୟ ହେଲା କାମର ଚାପ, ଜୀବନ ହାରିଲେ ମହିଳା

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ସର୍ଭେ ମଧ୍ୟରେ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା। କୃଷ୍ଣନଗରର ଜଣେ ମହିଳା ବିଏଲଓ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ମୃତ ମହିଳାଙ୍କୁ ରିଙ୍କୁ ତରଫଦାର ବୋଲି ଚିହ୍ନଟ କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ସମୟରେ ଘଟଣାସ୍ଥଳରୁ ଏକ ସୁଇସାଇଡି ନୋଟ୍ ମିଳିଥିଲା। ସେହି ନୋଟ୍‌ରେ ଲେଖାଥିଲା ଯେ ଏସଆଇଆର ଯୋଗୁଁ ପ୍ରଶାସନିକ ଚାପ ତାଙ୍କ ଆତ୍ମହତ୍ୟାର କାରଣ। ସୁଇସାଇଡ୍ ନୋଟ୍‌ରେ ସେ ତାଙ୍କ ମୃତ୍ୟୁ ପାଇଁ ନିର୍ବାଚନ କମିଶନଙ୍କୁ ଦାୟୀ କରିଛନ୍ତି। ଆତ୍ମହତ୍ୟା କରିଥିବା ବିଏଲଓ ରିଙ୍କୁ ତରଫଦାର କୃଷ୍ମନଗରର ଶଷ୍ଠୀ ତଲାଇ ଅଞ୍ଚଳରେ ରହୁଥିଲେ । ସେ ଛାପ୍ରା ଥାନାର ବାଙ୍ଗାଲଝି ଅଞ୍ଚଳର ବୁଥ୍ ନମ୍ବର ୨୦୨ର ବିଏଲଓ ଥିଲେ।

ଏହି ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ପ୍ରଶ୍ନ ଲେଖିଛନ୍ତି ଯେ ଆଜି କୃଷ୍ଣନଗରରେ ଆଉ ଜଣେ ବିଏଲଓ ଆତ୍ମହତ୍ୟା କରିଥିବା ଜାଣି ଗଭୀର ଭାବରେ ମର୍ମାହତ। ପାର୍ଟ ନମ୍ବର ୨୦୧, ଏସି ୮୨ ଛାପ୍ରାର ବିଏଲଓ ରିଙ୍କୁ ତରଫଦାର ଆଜି ତାଙ୍କ ବାସଭବନରେ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ଶେଷ ନୋଟରେ ନିର୍ବାଚନ କମିଶନକୁ ଦାୟୀ କରିଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ପ୍ରଶ୍ନ କରିଛନ୍ତି ଯେ ଆହୁରି କେତେ ଜୀବନ ଯିବ? ଏହି ଏସଆଇଆର ପାଇଁ ଆଉ କେତେ ଲୋକଙ୍କୁ ମରିବାକୁ ପଡିବ? ଏହି ପ୍ରକ୍ରିୟା ପାଇଁ ଆମକୁ ଆଉ କେତେ ମୃତଦେହ ଦେଖିବାକୁ ପଡିବ? ଏହା ଏବେ ପ୍ରକୃତରେ ଚିନ୍ତାଜନକ ହୋଇଗଲାଣି!” ପଶ୍ଚିମବଙ୍ଗରେ ଏସଆଇଆର ପ୍ରକ୍ରିୟା ୪ ନଭେମ୍ବର, ୨୦୨୫ ରେ ଆରମ୍ଭ ହୋଇଥିଲା। ଏହା ଗୋଟିଏ ମାସ ପାଇଁ ଚାଲିବ। ବିଏଲଓମାନେ ଡିସେମ୍ବର ୪, ୨୦୨୫ ପର୍ଯ୍ୟନ୍ତ ଘର ଘର ଯାଇ ଏସଆଇଆର ଫର୍ମ ପୂରଣ କରିବେ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ହେବା ପରେ, ନିର୍ବାଚନ କମିଶନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking