କଟକ: କଟକ ଦରଭଗାବଜାର ଜେଲ କଲୋନିରେ ବୀଭତ୍ସ ହତ୍ୟାକାଣ୍ଡ । ବାପା ଓ ସାବତ ମାଆଙ୍କୁ ଛୁରୀ ଭୁସି ହତ୍ୟା କଲା ପୁଅ । ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛି ହତ୍ୟାକାରୀ । ପୁଲିସ ଦୁଇ ଜଣଙ୍କ ଶବ ଉଦ୍ଧାର କରି ଘଟଣାର ତଦନ୍ତ କରାଯାଉଛି । ଧାର ଟଙ୍କା ନ ଶୁଝିବାରୁ ଜହ୍ଲାଦ ପୁଅ ଏଭଳି କାଣ୍ଡ କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।କିଛି ବର୍ଷ ତଳେ ତାଙ୍କ ପ୍ରଥମ ପତ୍ନୀ ନଳିନୀପ୍ରଭା ଦାସଙ୍କର ମୃତ୍ୟୁ ଘଟିଥିଲା । ପରେ ଦୀପକ ଲିତାରାଣୀ ଦାସଙ୍କୁ ବିବାହ କରିଥିଲେ । ଦୁହେଁ ଦରଘାବଜାର ଜେଲ୍ କଲୋନିରେ ରହୁଥିଲେ । ଏମାନଙ୍କ ସହ ଲିତାରାଣୀଙ୍କ ପୁତୁରା ଜୁଲିୟସ ଦାସ ବି ରହୁଥିଲେ । ପ୍ରଥମ ପତ୍ନୀଙ୍କ ପୁଅ ଆଲୋକ ଦାସ, ପତ୍ନୀ ତରୁଲତା ଓ ଝିଅ ସହ ମକରାବାଗରେ ରହୁଛନ୍ତି । ଆଲୋକଙ୍କଠାରୁ ବାପା ଦୀପକ ୧୦ ଲକ୍ଷ ଟଙ୍କା ଧାର ଆଣିଥିଲେ । ଏହାକୁ ପରିଶୋଧ କରିଦେବେ ବୋଲି କହିଥିଲେ ହେଁ ଶୁଝି ପାରି ନଥିଲେ । ସେପଟେ ଆଲୋକ ମଧ୍ୟ ଏକାଧିକ ବ୍ୟକ୍ତିଙ୍କଠାରୁ ଧାରସୂତ୍ରରେ ଟଙ୍କା ଆଣିଥିଲେ। ସେମାନେ ଟଙ୍କା ମାଗିବାରୁ ଆଲୋକ ଫେରାଇ ପାରୁନଥିଲେ । ଧାର ଦେଇଥିବା ଲୋକମାନେ ଆଲୋକଙ୍କୁ ମାଡ଼ ବି ମାରିଥିଲେ । ଧସ୍ତାଧସ୍ତି ବେଳେ ଆଲୋକ ବି ଆହତ ହୋଇଥିଲା । ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ଆଲୋକକୁ ଗିରଫ କରିଥିଲା । ତେବେ ଆହତ ହୋଇଥିବାରୁ ତାକୁ ଏସ୍ସିବିରେ ଭର୍ତ୍ତି କରାଯାଇଛି ।










