17.1 C
Bhubaneswar
Wednesday, February 11, 2026
Homeଓଡିଶାହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାର ସପ୍ତାହ ପାଳିତ

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାର ସପ୍ତାହ ପାଳିତ

ଭୁବନେଶ୍ୱର: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ନଭେମ୍ବର ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଗ୍ରନ୍ଥାଗାର ସପ୍ତାହ ପାଳିତ ହୋଇଯାଇଛି।ଜାତୀୟ ଗ୍ରନ୍ଥାଗାର ସପ୍ତାହ ପାଳନ ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ “ଗଳ୍ପ ପଠନ” ପ୍ରତିଯୋଗିତାର ଆୟୋଜନ ହେବା ସହିତ ଶିଶୁ ସାହିତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ନଭେମ୍ବର ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ “ଶିଶୁ ସାହିତ୍ୟ ପୁସ୍ତକ ପ୍ରଦର୍ଶନୀ”ର ଆୟୋଜନ ମଧ୍ୟ କରାଯାଇଥିଲା। ଏଥିସହିତ ଗ୍ରନ୍ଥାଗାରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରେ ପାଠାଗାର ବିଜ୍ଞାନ ସମ୍ବନ୍ଧୀୟ କୁଇଜ୍‌ ପ୍ରତିଯୋଗିତା ଏବଂ କବିତା ପଠନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

ଆଜିର ଉଦଯାପନୀ ସମାରୋହରେ ବିଶିଷ୍ଟ ଭାଷାବିତ୍‌ ଡ. ହିମାଦ୍ରୀ ତନୟା ମିଶ୍ର ଏବଂ ଗ୍ରନ୍ଥାଗାର ବିଜ୍ଞାନ ବିଶେଷଜ୍ଞ ଡ଼. ଡି. ବି ରମେଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠାଗାର ଓ ପୁସ୍ତକ ପଠନର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ପାଠକ ଓ ପାଠିକାମାନଙ୍କୁ ନେଇ “ପାଠାଗାରର ଉପାଦେୟତା” ବିଷୟବସ୍ତୁ ଉପରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଆଜିର ଉଦ୍‌ଯାପନୀ ଉତ୍ସବରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାର ସପ୍ତାହ ପାଳନ ଅବସରରେ ଆୟୋଜିତ ହୋଇଥିବା ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଆଜିର କାର୍ଯ୍ୟକ୍ରମକୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ। ଗ୍ରନ୍ଥାଗାରର ସମସ୍ତ କର୍ମଚାରୀ ଏବଂ ପାଠକ ଓ ପାଠିକାମାନେ ଉଦଯାପନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking