ଭୁବନେଶ୍ୱର: ପୁରୀ ରଥଯାତ୍ରା ଦଳାଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ । ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ ଆରମ୍ଭ । ଦାୟିତ୍ୱରେ ଅବହେଳା ପାଇଁ ପୁରୀ ଏଏସଏଫ୍ଙ୍କ ବିରୁଦ୍ଧରେ ଆକ୍ସନ । ୩୦ ଦିନ ଭିତରେ ନିଜର ପକ୍ଷ ରଖିବାକୁ ନିେର୍ଦ୍ଦେଶ ଦିଆଯାଇଛି । ଘଟଣା ଦିନ ଏଏସଏଫ୍ ଅଶୋକ ବେହେରା କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିଲେ । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ରିପୋର୍ଟ ପରେ ବିଭାଗୀୟ ଆକ୍ସନ ନିଆଯାଇଛି । ଏହା ସହ ଆଉ ୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରୁସ୍ ଦିଆଯାଇଛି । ସହକାରୀ ଜିଲ୍ଲାପାଳ, ଡିଏସଏସଓଙ୍କ ବିରୋଧରେ ଆକ୍ସନ ସୁପାରିସ୍ ଦିଆଯାଇଛି । ୨ ଅତିରିକ୍ତ ତହସିଲ୍ଦାରଙଅକ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସୁପାରିସ୍ ଦିଆଯାଇଛି । ପୂର୍ବରୁ ୭ ପୋଲିସ ଅଧିକାରୀଙ୍କ ବିରୋଧରେ ଆକ୍ସନ ସୁପାରିସ୍ ହୋଇଥିଲା । ସୂଚନାଯୋଗ୍ୟ, ଚଳିତବର୍ଷ ଜୁନ୍ ୨୭ ଓ ୨୮ ତାରିଖ ଦୁଇଦିନ ଧରି ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଜୁନ୍ ୨୯ ତାରିଖ ଭୋର ସମୟରେ ଦ୍ବାରଫିଟା ନୀତି ପରେ ପରେ ଦର୍ଶନ ପାଇଁ ଭକ୍ତଙ୍କ ଭିତରେ ଠେଲାପେଲା ଓ ଦଳାଚକଟା ସ୍ଥିତି ଉପୁଜିଥିଲା। ସେହି ଦଳାଚକଟାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ରାଜ୍ୟ ସରକାର ତତ୍କାଳ ଉନ୍ନୟନ କମିସନର୍ ଅନୁ ଗର୍ଗଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିସନର୍ ତାଙ୍କ ତଦନ୍ତ ରିପୋର୍ଟ ୩୧ ଜୁଲାଇରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ।










