18.1 C
Bhubaneswar
Monday, February 9, 2026
Homeଓଡିଶାଟ୍ରକ ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ

ଟ୍ରକ ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ: ଟ୍ରକ ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ ।   ଉତ୍ତର ପ୍ରଦେଶ ବିହାର- ସୀମାର ଭରୌଲି ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି, କୃଷ୍ଣ ଯାଦବ ଏବଂ ଅଙ୍କିତ ଯାଦବ । ଦୁଇ ଭାଇ ବାଇକ  ପାର୍କିଂ କରି ଚା ଦୋକାନ ଆଡକୁ ଯାଉଥିଲେ । ସେତିକିବେଳେ  ଏକ ଟ୍ରକ ପଛପଟୁ ଉଭୟଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଭୟଙ୍କୁ  ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତଦେହକୁ ଜବତ କରି  ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଟ୍ରକ ଡ୍ରାଇଭରଙ୍କ ନାଁରେ ମାମଲା ରୁଜୁ କରାଯାିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking