27.1 C
Bhubaneswar
Wednesday, February 4, 2026
Homeଓଡିଶାସିଲିଣ୍ଡର ଚୋରି କରିବାକୁ ଯାଇ ଚାଲିଗଲା ଜୀବନ

ସିଲିଣ୍ଡର ଚୋରି କରିବାକୁ ଯାଇ ଚାଲିଗଲା ଜୀବନ

ଉଦଳା: ଚୋରି କରିବାକୁ ଗାଁରେ ଜଣଙ୍କ ଘରେ ପଶିଥିଲେ । ଘରେ ପଶିଥିବା ବେଳେ ଗାଁ ଲୋକଙ୍କ ହାତରେ ଧରାପଡ଼ି ନିର୍ଧୁମ ଛେଚା ଖାଇଥିଲେ । ନିର୍ଘାତ ମାଡ଼ରେ ଚାଲିଗଲା ଚୋରର ଜୀବନ । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଧାନଘେରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଧାନଘେରା ଗାଁରେ ଦେଉଳା ଗ୍ରାମର ବାପି କୋହ୍ଲାର ଏବଂ କାହ୍ନୁ ମଢ଼େଇ ଚୋରି କରିବା ପାଇଁ ପଶିଥିଲେ । ଗାଁର ଦୁଇଟି ଘରୁ ସିଲିଣ୍ଡର ଚୋରି କରି ଘରୁ ବାହାରିବା ବେଳେ ଦୁହେଁ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଗ୍ରାମବାସୀ ଦୁଇ ଚୋରଙ୍କୁ ଧରି ନିର୍ଘାତ ମାଡ଼ ମାରି ଗୁରୁତର କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଚୋରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତର ମେଡିକାଲରେ ଚିକିତ୍ସିତ ହେଉଛନ୍ତିକିନ୍ତୁ ଦୁଇ ଚୋରଙ୍କୁ ମାଡ଼ ମାରିଥିବା ୧୦ରୁ ଅଧିକ ଗ୍ରାମବାସୀଙ୍କୁ ଉଠାଇ ଆଣି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking