29.1 C
Bhubaneswar
Tuesday, May 19, 2026
Homeଓଡିଶାସ୍ୱୟଂ ସହାୟିକା ଗୋଷ୍ଠୀ  ମା' ମାନଙ୍କୁ ୧୧୭ କୋଟି ଟଙ୍କା ସୁଧ ଫେରସ୍ତ

ସ୍ୱୟଂ ସହାୟିକା ଗୋଷ୍ଠୀ  ମା’ ମାନଙ୍କୁ ୧୧୭ କୋଟି ଟଙ୍କା ସୁଧ ଫେରସ୍ତ

ଭୁବନେଶ୍ୱର:  ମହିଳା ସଶକ୍ତିକରଣ ହେଉଛି ବିକଶିତ ଓଡିଶା ଗଠନରେ ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ମା ମାନଙ୍କର  ଆର୍ଥିକ ଅଭିବୃଦ୍ଧିକୁ ସୃଦୃଢ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ସହାୟକ ହୋଇଛି। ଏହା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭିତ୍ତିକୁ ସୁଦୃଢ଼ କରିବା ସହିତ ଅଧିକ ବଜାର ସୁଯୋଗ ସୃଷ୍ଟି କରି ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରୁଛି । ଆଜି ମିଶନ ଶକ୍ତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମ “ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସୁଧ ଫେରସ୍ତ”ରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇଥିଲେ।  ସରକାର ମହିଳା ମାନଙ୍କ ପାଇଁ  ଜୀବିକାମୂଳକ ଅର୍ଥନୈତିକ ମଡେଲ୍‌ ମାଧ୍ୟମରେ  ସଶକ୍ତ କରିବା ପାଇଁ ସଦା ପ୍ରତିବଦ୍ଧ ବୋଲି ସେ କହିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଜୀବନ ଜୀବିକାର ବିକାଶ ତଥା ଉଦ୍ୟୋଗୀ ମନୋଭାବକୁ  ପ୍ରୋତ୍ସାହନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବ୍ୟାଙ୍କ ଋଣ ବ୍ୟବସ୍ଥା । ଗୋଷ୍ଠୀ ମାନଙ୍କ ଉପରେ ସୁଧ ପରିଶୋଧର ଭାର ହ୍ରାସ କରିବା ପାଇଁ  ଓଡିଶା ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ନେଉଥିବା ବ୍ୟାଙ୍କଋଣ ରାଶିକୁ ବୃଦ୍ଧି କରିବା ସହ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣରେ ବାର୍ଷିକ ସୁଧ ହାରକୁ  ଶୂନ୍ୟ ପ୍ରତିଶତକୁ ଆଣିଛନ୍ତି । ଏହି ସୁଧ ଫେରସ୍ତ ରାଶି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଯାଇଥାଏ ।
ଆଜିର କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ୨ ଲକ୍ଷ ୨୪ ହଜାର ୮୮୪ଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ମୋଟ ୧୧୭ କୋଟି ୧୨ ଲକ୍ଷ ୫ ହଜାର ୧୬୪ ଟଙ୍କାର ସୁଧ ରାଶି ଫେରସ୍ତ  କରିଥିଲେ। ଏହି ପଦକ୍ଷେପ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗ ଗୁଡ଼ିକୁ ଆର୍ଥିକ ଭାବେ ସଶକ୍ତ କରିବା ସହିତ ରାଜ୍ୟର ବିକାଶ ଏବଂ ଆର୍ଥିକ ପ୍ରଗତି ପ୍ରତି ସରକାରଙ୍କ ସଂକଳ୍ପକୁ ପୁଣିଥରେ ସ୍ପଷ୍ଟ କରିଛି। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ନିର୍ଦ୍ଦେଶକା ଡଃ ମୋନିକା ପ୍ରିୟଦର୍ଶିନୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର ଓ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀମାନେ ଏବଂ ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଉପସ୍ଥିତ ଥିଲେ।  ମିଶନ ଶକ୍ତି ବିଭାଗର ଏହି ପଦକ୍ଷେପ ମହିଳା ଉଦ୍ୟୋଗୀ ମାନଙ୍କ ଦକ୍ଷତା ବୃଦ୍ଧି, ବିକାଶ ଓ ମହିଳା ସଶକ୍ତିକରଣ ପ୍ରତି ଅଟଳ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି, ଯାହା ଓଡ଼ିଶାର ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣର ଯାତ୍ରାକୁ ଆହୁରି ଉଜ୍ଜ୍ୱଳ କରିବ ।
https://youtu.be/WbZbZP7Q81U
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking