ଭୁବନେଶ୍ୱର: ରାଜ୍ୟରେ ଗଠନ ହେବ ଆଉ ୪ ନୂଆ ତହସିଲ। ୩ ମହାନଗରରେ ହେବ ୪ ନୂଆ ତହସିଲ। ଭୁବନେଶ୍ୱର, କଟକ ଓ ସମ୍ବଲପୁର ମହାନଗର ନିଗମରେ ଏହି ୪ ନୂଆ ତହସିଲ ସୃଷ୍ଟି କରଯିବ। ଭୁବନେଶ୍ୱରରେ ଆଉ ୨ଟି ନୂଆ ତହସିଲ ହେବ। ସେହିପରି କଟକ ଓ ସମ୍ବଲପୁରରେ ମଧ୍ୟ ଗୋଟିଏ ଲେଖାଏଁ ନୂଆ ତହସିଲ କରାଯିବ। ନଗରାଞ୍ଚଳ ସୀମା ବଢ଼ିବାରୁ ରାଜସ୍ୱ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।










