24.1 C
Bhubaneswar
Monday, February 9, 2026
Homeଓଡିଶାଦୁର୍ଭଗ୍ୟଜନକ ଘଟଣା; ଆମ୍ବୁଲାନ୍ସରେ ନିଆଁ ଲାଗି ୪ ମୃତ

ଦୁର୍ଭଗ୍ୟଜନକ ଘଟଣା; ଆମ୍ବୁଲାନ୍ସରେ ନିଆଁ ଲାଗି ୪ ମୃତ

ଅହମଦାବାଦ: ଚଳନ୍ତା ଆମ୍ବୁଲାନ୍ସରେ ଦୁର୍ଭାଗ୍ୟଜନକ ଭାବେ ନିଆଁ ଲାଗିଯିବା ଏବଂ ଏଥିରେ ଥିବା ଜଣେ ପାରା ମେଡିକାଲ୍ ଷ୍ଟାଫ୍‌ଙ୍କ ସମେତ ୪ଜଣ ଜୀବନ୍ତ ଦଗ୍ଧ ହୋଇଯିବା ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଅରବଲ୍ଲୀ ଜିଲ୍ଲା ଅନ୍ତର୍ଗତ ମୋଡାସାର ରାଣାସାୟଦ ଅଞ୍ଚଳରେ ଜଣେ ନବଜାତ ଶିଶୁ (ରୋଗୀ)କୁ ନେଇ ଯାଉଥିବା ବେଳେ ଆମ୍ବୁଲାନ୍ସଟିରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା। ଏହି ସମୟରେ ଆମ୍ବୁଲାନ୍ସରେ ଡାକ୍ତରଙ୍କ ବ୍ୟତୀତ ଜଣେ ପାରା ମେଡିକାଲ ଷ୍ଟାଫ୍‌, ଜଣେ ନର୍ସ ଏବଂ ଶିଶୁର ବାପା ମଧ୍ୟ ଥିଲେ। ମୋଡାସାର ରାଣାସାୟଦ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏହି ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ସାମ୍ନା ସିଟ୍‌ରେ ବସିଥିବା ରୋଗୀଙ୍କ ଆଉ ଜଣେ ସମ୍ପର୍କୀୟ କୌଣସିମତେ ନିଜ ଜୀବନ ବଞ୍ଚାଇବାକୁ ସଫଳ ହୋଇଥିବା ବେଳେ ପାରା ମେଡିକାଲ ଷ୍ଟାଫ୍‌ଙ୍କ ସହ ନର୍ସ, ଶିଶୁ ଏବଂ ଶିଶୁର ବାପା ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାଯାଇଛି। ସେମାନେ ଗାଡ଼ିରୁ ବାହାରିପାରିନଥିଲେ କିମ୍ବା ସେମାନଙ୍କୁ କେହି ଉଦ୍ଧାର କରିପାରିନଥିଲେ। ସୂଚନା ମୁତାବକ, ଅହମଦାବାଦର ଅରେଞ୍ଜ ହସ୍ପିଟାଲରେ ପ୍ରସବ ପରେ ଅଧିକ ଚିକିତ୍ସା ପାଇଁ ଦିନକର ନବଜାତ ଶିଶୁକୁ ଆମ୍ବୁଲାନ୍ସ ଯୋଗେ ଅହମଦାବାଦକୁ ନିଆଯାଉଥିଲା। ଆମ୍ବୁଲାନ୍ସଟି ମୋଡାସା ଦେଇ ଯାଉଥିବା ସମୟରେ ହଠାତ୍ ଗାଡ଼ି ଭିତରେ ଏକ ଭୟଙ୍କର ନିଆଁ ଲାଗିଥିଲା। ସ୍ଥାନୀୟ ପୁଲିସ ଅନ୍ୟ ଦୁଇଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ଏହି ଭୟଙ୍କର ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ପେଟ୍ରୋଲ ପମ୍ପ ନିକଟରେ ଆମ୍ବୁଲାନ୍ସଟି ଜଳୁଥିବାର ଦେଖାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking