20.1 C
Bhubaneswar
Sunday, February 8, 2026
Homeଓଡିଶାହତ୍ୟାକାରୀଙ୍କ ଟେର୍ ପାଉନି ପୁଲିସ

ହତ୍ୟାକାରୀଙ୍କ ଟେର୍ ପାଉନି ପୁଲିସ

ପରଜଙ୍ଗ: ପରଜଙ୍ଗ ଥାନା ଅନ୍ତର୍ଗତ ସାଆନ୍ଦା ଗ୍ରାମର ରାଜେଶ କୁମାର ପାଣି (ଲାଲୁ)ଙ୍କ ରହସ୍ୟଜନକ ମୃତ୍ୟୁକୁ ପାଞ୍ଚଦିନ ବିତି ଯାଇଥିଲେ ମଧ୍ୟ ଏଯାଏ ପୁଲିସ ରହସ୍ୟ ଭେଦ କରିପାରି ନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ପୁଲିସ ସୂଚନା ଦେଇଥିବା ବେଳେ ରାଜେଶଙ୍କ ପରିବାର ଠାରୁ ଆରମ୍ଭ କରି ସାରା ଅଞ୍ଚଳ ମୃତ୍ୟୁର କାରଣ ଜାଣିବା ପାଇଁ ଅପେକ୍ଷା କରି ରହିଛନ୍ତି। ପ୍ରକାଶ, ଗତ ଗୁରୁବାର ମୁକ୍ତାପଶି ଠାରେ ଏକ ବାହାଘର ନିର୍ବନ୍ଧ ଉତ୍ସବ ସୁଟିଂ ଥିବା କହି ରାଜେଶ ଘରୁ ବାହାରିଥିଲେ। ଘରୁ ଗଲାବେଳେ ବି ସେ ସ୍ତ୍ରୀଙ୍କ ସହ ମୋବାଇଲ୍‌ରେ ରିଲ୍ସ କରିଥିଲେ। ମୁକ୍ତପଶି ପହଞ୍ଚିବା ପୂର୍ବରୁ ମଧ୍ୟ ସେ ରିଲ୍ସ କରି ତାକୁ ପୋଷ୍ଟ୍ କରିଥିଲେ। କେବଳ ଏତିକି ନୁହେଁ, ଗାଁର ସମ୍ପର୍କୀୟ ଜେଜେ ତଥା ପୂର୍ବତନ ସରପଞ୍ଚ, ଠିକାଦାର ଗୌତମ ପାଣିଙ୍କୁ ମୁକ୍ତାପଶି ନାଳ ପାଖରେ ଲାଲୁ ଭେଟିଥିଲେ। ସେଦିନ ପ୍ରାୟ ସାଢ଼େ ୧୧ଟା ବେଳୁ ତାଙ୍କ ମୋବାଇଲ୍ ବନ୍ଦ ରହିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ନିରାଶ ହୋଇ ଥାନାରେ ନିଖୋଜ ରିପୋର୍ଟ କରିଥିଲେ। ତା’ ପରଦିନ ମୁକ୍ତାପଶି ଗାଁ ପୋଖରୀରେ ଲାଲୁଙ୍କ ମୃତଦେହ ଭାସିବା ନେଇ ସାରା ଅଞ୍ଚଳ ସ୍ତବ୍ଧ ହୋଇଯାଇଥିଲା । ସେ ଜଣେ ଫଟୋଗ୍ରାଫର୍ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କାମାକ୍ଷାନଗର ପୁଲିସ ଘଟଣାର ତଦନ୍ତ ଚଳାଇଛି। ଆଜି କାମାକ୍ଷାନଗର ଏସ୍‌ଡିପିଓ ରାଜନୀକାନ୍ତ ସାମଲ ପୁଲିସ ଟିମ୍ ସହ ଆସି ମୃତ ରାଜେଶଙ୍କ ଘର ଆଖପାଖରେ ତଦନ୍ତ କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ଓ ଅନ୍ୟ ଦିଗରୁ ମଧ୍ୟ ତଦନ୍ତ ଜାରି ରହିଛି ବୋଲି ଏସ୍‌ଡିପିଓ ଶ୍ରୀ ସାମଲ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking