31.1 C
Bhubaneswar
Friday, February 6, 2026
Homeଦେଶ ବିଦେଶହୁତୁ ହୁତୁ ଜଳିଗଲା ଆମ୍ବୁଲାନ୍ସ: ନବଜାତ ଶିଶୁ ସମେତ ୪ ଜୀବନ୍ତ ଦଗ୍ଧ

ହୁତୁ ହୁତୁ ଜଳିଗଲା ଆମ୍ବୁଲାନ୍ସ: ନବଜାତ ଶିଶୁ ସମେତ ୪ ଜୀବନ୍ତ ଦଗ୍ଧ

ଗୁଜୁରାଟ: ଗୁଜୁରାଟର ଆରାବଲ୍ଲୀ ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୋମବାର (ନଭେମ୍ବର ୧୭) ସନ୍ଧ୍ୟାରେ ମୋଡାସାର ରାଣାସାୟଦ ଛକ ନିକଟରେ ଏକ ଚଳନ୍ତା ଆମ୍ବୁଲାନ୍ସ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଯାଇଛି। ଏହି ଅଗ୍ନିକାଣ୍ଡ ଫଳରେ ନବଜାତ ଶିଶୁ ସମେତ ୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ନେଇ ସୂଚନା ମିଳିଛି। ଆମ୍ବୁଲାନ୍ସରେ ନିଆଁ ଲାଗିବା ପରେ ଭିତରେ ଥିବା ଡାକ୍ତର, ନର୍ସ, ନବଜାତ ଶିଶୁ ଏବଂ ଶିଶୁର ବାପା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ଘଟଣା ସମୟରେ ଅହମ୍ମଦାବାଦର ଅରେଞ୍ଜ ହସ୍ପିଟାଲର ଆମ୍ବୁଲାନ୍ସଟି ପ୍ରସବ ପରେ ଅଧିକ ଚିକିତ୍ସା ପାଇଁ ଗୋଟିଏ ଦିନର ନବଜାତ ଶିଶୁକୁ ଅହମ୍ମଦାବାଦକୁ ନେଇ ଯାଉଥିଲା। ଆମ୍ବୁଲାନ୍ସଟି ମୋଡାସା ଦେଇ ଯୁଥିବା ସମୟରେ ହଠାତ୍ ଗାଡିରେ ଭ୍ୟଙ୍କର ନିଆଁ ଲାଗିଗଲା। ଡ୍ରାଇଭର ଏବଂ ଆଗ ସିଟରେ ବସିଥିବା ଶିଶୁର ଜଣେ ସମ୍ପର୍କୀୟ ଖସିଯିବାରେ ସଫଳ ହୋଇଥିଲେ କିନ୍ତୁ ପଛ ସିଟ୍‌କୁ ନିଆଁ ଏତେ ଶୀଘ୍ର ବ୍ୟାପିଗଲା ଯେ ପଛରେ ବସିଥିବା ୪ ଜଣ ବାହାରିବାରେ ଅସଫଳ ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ତୁରନ୍ତ ଆଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହା ସହ ୪ ମୃତଦେହକୁ ଉଦ୍ଧାର କରିବା ସହ ୨ ଆହତଙ୍କୁ ହସ୍ପିଟାଲ ପଠାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking