25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଏନକାଉଣ୍ଟରରେ ଟଳିଲା ହିଡମା!

ଏନକାଉଣ୍ଟରରେ ଟଳିଲା ହିଡମା!

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନ୍‌କାଉଣ୍ଟରରେ କୁଖ୍ୟାତ ମାଓ ନେତା ହିଡ୍‌ମା ନିପାତ । ହିଡ୍‌ମା ନାଁରେ ଥିଲା ୧ କୋଟି ଟଙ୍କାର ପୁରସ୍କାର । ତାଙ୍କ ପତ୍ନୀ ରାଜେ ମଧ୍ୟ ଏହି ଏନ୍‌କାଉଣ୍ଟରରେ ଟଳିଥିବା ସୂଚନା । ଆସୁରୀ ସୀତାରାମ ଜଙ୍ଗଲରେ ଗୁଳୁବିନିମୟ ଜାରି । ଏହା ସହ ଆହୁରି ୬ ମାଓବାଦୀ ମଧ୍ୟ ନିପାତ ହୋଇଥିବା ସୂଚନା ମିଳିଛି। ଏନକାଉଣ୍ଟରରେ ଟପ ମାଓନେତା ହିଡମାର ମୃତ୍ୟୁ ହୋଇଛି। ବଡ ଧରଣର କମ୍ବିଂ ଅପରେସନ ଚାଲିଥିବା ନେଇ ଆନ୍ଧ୍ରପ୍ରଦେଶ ଡିଜିପି ସୂଚନା ଦେଇଛନ୍ତି। ହିଡମା ବଡ ବଡ ଘଟଣାର ମାଷ୍ଟର ମାଇଣ୍ଡ ଥିଲା। ସୁରକ୍ଷାକର୍ମୀ,ପୋଲିସର ସ୍କାନରରେ ଥିଲା। ହିଡମା କୌଣସି ପ୍ରକାରେ ଆତ୍ମସମର୍ପଣ କରିବାକୁ ରାଜି ନଥିଲା। ସଂଗଠନକୁ ଆଗକୁ ନେବା,ପୋଲିସକୁ ଚ୍ୟାଲେଞ୍ଜ ଦେଉଥିଲା ହିଡମା। ହିଡମାର ନିହତ ପରେ  ମାଓ ସଂଗଠନ ମୁଳପୋଛ କରିବ ବୋଲି ଆଶା କରାଯାଉଛି। ଏବେବି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି ।  ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking