କେନ୍ଦୁଝର: ବାଂଲାଦେଶୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି ଜୋରଦାର । ଆସନ୍ତାକାଲି ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା । ବନ୍ଦକୁ ସମର୍ଥନ ଦେବାକୁ ବିଶ୍ୱ ହିନ୍ଦୁ ପରିଷଦର ଅପିଲ୍ । ଜିଲ୍ଲାରୁ ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ଦାବି । ସୂଚନାଯୋଗ୍ୟ, ରବିବାର ତରିକୁଣ୍ଡା ପଞ୍ଚାୟତର ସଦର ଥାନା ଅନ୍ତର୍ଗତ ବେହେରାମ ବସ୍ତିରେ ପୋଲିସ ଚଢାଉ କରି ଏକ ଘରୁ ଦୁଇଜଣ ସନ୍ଦିଗ୍ଧ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲେ । ଆଜି ସେହି ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର ଭାଙ୍ଗିଛି ପ୍ରଶାସନ । ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଭ୍ର ଉପସ୍ଥିତିରେ ଭଙ୍ଗାଗଲା ୧୦ ବଖରା ଘର । ଏହି ଘଟଣାରେ ଆଜି କେନ୍ଦ୍ରାପଡାରେ ପୋଲିସର କଡାକଡି ଯାଞ୍ଚ କରୁଛି । ସନ୍ଦିଗ୍ଧ ବାଂଲାଦେଶୀ ଲିଙ୍କ୍ରେ ପୋଲିସର ତନାଘନା । କେନ୍ଦ୍ରାପଡାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଠାବ କରିବା ପାଇଁ ଚାଲିଛି ଯାଞ୍ଚ । ଏହା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର ଭାଙ୍ଗିଛି ପ୍ରଶାସନ ।










