17.1 C
Bhubaneswar
Wednesday, February 4, 2026
Homeଓଡିଶାରାଜ୍ୟ ଆଦିବାସୀ କଂଗ୍ରେସ ତରଫରୁ ସହୀଦ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ରାଜ୍ୟ ଆଦିବାସୀ କଂଗ୍ରେସ ତରଫରୁ ସହୀଦ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ଭୁବନେଶ୍ୱର: ଆଜି ବିଶିଷ୍ଟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସହୀଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ରାଜ୍ୟ କଂଗ୍ରେସ ଭବନ ଠାରେ ଆଦିବାସୀ କଂଗ୍ରେସ ସଭାପତି ଶ୍ରୀ ଯଶୋବନ୍ତ ସିଂ ଲାଗୁରିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି । ରାଜ୍ୟ କଂଗ୍ରେସ ଭବନ ଠାରେ ସର୍ବପ୍ରଥମେ ସହୀଦ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । ଏହି ସ୍ମୃତି ସଭାରେ ରାଜ୍ୟ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦିବଗଂତ ସହୀଦଙ୍କ ସ୍ମୃତି ଚାରଣ କରି କହିଥିଲେ ଯେ ଜଳ, ଜମି ଓ ଜଙ୍ଗଲର ଅଧିକାର ପାଇଁ ସହୀଦ ବିର୍ସା ମୁଣ୍ଡା ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼େଇ କରି ମାତ୍ର ୨୪ ବର୍ଷ ବୟସରେ ରାଞ୍ଚି କାରାଗାରରେ ପ୍ରାଣତ୍ୟାଗ କରିଥିଲେ । ସେହିପରି ସଭାର ସଭାପତି ତଥା ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ପୂର୍ବତନ ସାଂସଦ ଶ୍ରୀ ଯଶୋବନ୍ତ ସିଂ ଲାଗୁରି ସହୀଦ ବିର୍ସା ମୁଣ୍ଡାଙ୍କ ସ୍ମୃତିଚାରଣ କରି କହିଥିଲେ ଯେ ସ୍ୱଳ୍ପ ଜୀବନକାଳ ମଧ୍ୟରେ ସହୀଦ ବିର୍ସାମୁଣ୍ଡା ଯେଉଁ ଛାପ ଛାଡ଼ି ଯାଇଛନ୍ତି ତାହା ଆଗାମୀ ପିଢ଼ିକୁ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାପାଇଁ ପ୍ରେରଣା ଯୋଗାଇବ । ଏହି ସ୍ମୃତି ଚାରଣ ସଭାରେ ପୂର୍ବତନ ବିଧାୟକ ଶ୍ରୀ ସୁବର୍ଣ୍ଣ ନାୟକ, ପୂର୍ବତନ ବିଧାୟକ ଶ୍ରୀ ପ୍ରହଲ୍ଲାଦ ପୂର୍ତ୍ତି, ପିସିସି ସମ୍ପାଦିକା ଶ୍ରୀମତୀ ଅନିମା ମିଞ୍ଜ, ପିସିସି ସମ୍ପାଦକ ଶ୍ରୀ ମୋହନ ହେମ୍ବ୍ରମ ପ୍ରମୁଖ ଯୋଗଦେଇ ସହୀଦ ବିର୍ସା ମୁଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ ଏବଂ ସଭାଶେଷରେ ଅବସରପ୍ରାପ୍ତ ପ୍ରଶାସକ କୋଟରାଜ ଡୁଙ୍ଗଡୁଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking