13.1 C
Bhubaneswar
Sunday, December 7, 2025
Homeଓଡିଶାହୁତୁହୁତୁ ଜଳିଲାଣି ବିପ୍ଲବର ବହ୍ନି: ଶ୍ରୀମୟୀ

ହୁତୁହୁତୁ ଜଳିଲାଣି ବିପ୍ଲବର ବହ୍ନି: ଶ୍ରୀମୟୀ

ଭୁବନେଶ୍ୱର: ବିଜେଡିରେ ତେଜୁଛି ବିଦ୍ରୋହ । ନୂଆପଡାରେ ଶୋଚନୀୟ ପରାଜୟ ପରେ ସୋସିଆଲ ମିଡିଆରେ ନେତ୍ରୀ ଓ କର୍ମୀଙ୍କର ବିଷୋଦଗାର । ବିଜେଡି ନେତ୍ରୀ ଏଲିନା ଦାସ ଓ ମୀରା ପରିଡା ବି ପ୍ରଶ୍ନ ଉଠାଇଛନ୍ତି । ବିଜେଡିକୁ ପୁଣି ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର । ନୂଆପଡାରେ ଶୋଚନୀୟ ପରାଜୟ ପରେ ସସିଆଲ ମିଡିଆରେ ବିଜେଡି କର୍ମୀଙ୍କ ବିଷୋଦଗାର ପୋଷ୍ଟକୁ ଅପଲୋଡ କରି କଡା ସମାଲୋଚନା କରିଛନ୍ତି ସିବିଆଇ । ଲେଖିଛନ୍ତି, ବିଜେଡିରେ ହୁତୁହୁତୁ ହୋଇ  ଜଳିବା  ଆରମ୍ଭ ହେଲାଣି ବିପ୍ଲବର ବହ୍ନି । ଏବେ କେତେ ଆଉ କାହାକୁ ନିଲମ୍ବନ କରିବେ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ । ସେହିଭଳି ପଳାସପଲ୍ଲୀ ଘର ଓ ଆମେରିକା ଗସ୍ତ କଥା ଉଠାଇ ପାଣ୍ଡିଆନଙ୍କୁ ପରୋକ୍ଷରେ ବାଣ ମାରିଛନ୍ତି ଶ୍ରୀମୟୀ । ନିର୍ବାଚନ ହାରିବା ପରେ ଟିମ ଭାଇରସ ନେତା ଶଙ୍ଖଭବନ ମାଡୁନାହାନ୍ତି କି ସମୀକ୍ଷା କରୁନାହାନ୍ତି । କେମିତି ଆତ୍ମ ରକ୍ଷା କରିବେ ସେ ନେଇ ବାଟ ଖୋଜୁଛନ୍ତି । ଭଣ୍ଡଙ୍କ ପାଇଁ ଓକିଲାତିର ଫନ୍ଦିଫିକର ମଧ୍ୟ କରାଯାଉଛି । ସେପଟେ ଏଲିନା ଲେଖିଛନ୍ତି ଧାମନଗର ଉପନିର୍ବାଚନରୁ ବିଜେଡିର ପତନ ଆରମ୍ଭ ହୋଇଥିଲା । ହେଲେ କେହି ମାନସ ମନ୍ଥନ କଲେ ନାହିଁ । ଯାହାର ଫଳ ହେଉଛି ନୂଆପଡା । ସବୁରି ମୂଳରେ କ୍ରୀତଦାସ ଥିବା କହି କଡା ଟାର୍ଗେଟ କରିଛନ୍ତି ଏଲିନା । କୁଚକ୍ରୀ କଟେରୀ ଗ୍ରୁପ ଭିତରୁ ଦଳକୁ ଉଦ୍ଧାର ପାଇଁ ସେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଅନ୍ୟପଟେ ମୀରା ପରିଡା ମଧ୍ୟ ଆତ୍ମ ଘୋଷିତ ଗର୍ବୀ ଅହଙ୍କାରୀ ନେତା ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking