25.1 C
Bhubaneswar
Thursday, March 26, 2026
Homeଓଡିଶାକୋଟିଆରେ ପୁଣି ବେଆଇନ ଭାବେ ପଶିଲା ଆନ୍ଧ୍ର

କୋଟିଆରେ ପୁଣି ବେଆଇନ ଭାବେ ପଶିଲା ଆନ୍ଧ୍ର

ପଟାଙ୍ଗୀ: କୋଟିଆ ପିଛା ଛାଡ଼ୁନି ପଡୋଶୀ ଆନ୍ଧ୍ର। ବାରମ୍ବାର ବିରୋଧୀ ସତ୍ତ୍ୱେ ସୀମାନ୍ତ ଗାଁରେ ଅନୁପ୍ରବେଶ କରୁଛି ଅମାନିଆ ଆନ୍ଧ୍ର। କୋଟିଆ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ସାଙ୍ଗକୁ କୋଟିଆବାସୀ ଯେପରି ସରକାରଙ୍କ ସମସ୍ତ ସୁବିଧା ଓ ଯୋଜନାରୁ ବଂଚିତ ହେବେ ନାହିଁ ତାପ୍ରତି ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସଜାଗ ହୋଇ ରହିଛନ୍ତି। କିନ୍ତୁ ଗଳାବାଟ ଦେଇ ଲୁଚିଛପି ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ।ଗତ କିଛି ଦିନ ତଳେ ନେରେଡିବାଲସା ଗ୍ରାମରେ ସାପ୍ତାହିକ ହାଟରେ ଆନ୍ଧ୍ର ଅଧିକାରୀ ପହଞ୍ଚି ଆଦିବାସୀ ମେଳା କରି ଫେରିଥିବା ବେଳେ  ସାଲୁର ମଣ୍ଡଳ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଟିମ୍ ତଳ ଗଞ୍ଜେଇ ପଦର ଗାଁରେ ପହଞ୍ଚିଥିଲେ ଓ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିବା ସମୟରେ ବ୍ଲକ ପ୍ରଶାସନ ଖବର ପାଇଥିଲେ ଓ ତୁରନ୍ତ ଉକ୍ତ ଗ୍ରାମରେ ବ୍ଲକ ଅଧିକାରୀମାନେ ପହଞ୍ଚି ତାଗିଦ କରି ତୁରନ୍ତ ଜାଗା ଛାଡ଼ି ଚାଲିଯିବା ପାଇଁ କହିଥିଲେ ଓ କିଛି ସମୟ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ପରେ ଜାଗାଛାଡ଼ି ଚାଲିଯାଇଥିବା ଜଣାପଡ଼ିଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking