25.1 C
Bhubaneswar
Friday, March 6, 2026
Homeଓଡିଶାପ୍ରତ୍ୟେକ ଶିଶୁକୁ ସୁରକ୍ଷିତ ପରିବେଶ ସହ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ: ସୋଆ ଉପସଭାପତି

ପ୍ରତ୍ୟେକ ଶିଶୁକୁ ସୁରକ୍ଷିତ ପରିବେଶ ସହ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ: ସୋଆ ଉପସଭାପତି

ସୋଆ ଜାଗୋ କ୍ଳବ୍ ପକ୍ଷରୁ ଶିଶୁଦିବସ ପାଳନ
ଭୁବନେଶ୍ୱର : ଶିଶୁମାନେ ହେଉଛନ୍ତି ରାଷ୍ଟ୍ରର ଭବିଷ୍ୟତ ନାଗରିକ । ତେଣୁ ପ୍ରତ୍ୟେକ ଶିଶୁକୁ ସ୍ନେହ ପ୍ରଦାନ କରିବା ସହ ଏକ ସୁରକ୍ଷିତ ପରିବେଶ ଓ ଉପଯୁକ୍ତ ଶିକ୍ଷା ଗ୍ରହଣ ନିମନ୍ତେ ସମସ୍ତ ସୁଯୋଗ ଦେବା ଆମ ସମସ୍ତଙ୍କର କର୍ତବ୍ୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ । ସୋଆ ବିଶ୍ୱବିଦ୍ୟାଳୟର ସାମାଜିକ ଅନୁଷ୍ଠାନ ଜାଗୋ କ୍ଳବ୍ ପକ୍ଷରୁ ଶୁକ୍ରବାର ଶିଶୁଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୋଆ ଉପସଭାପତି ଶ୍ରୀମତି ଦାସ କହିଥିଲେ ଯେ, ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ ତାରିଖକୁ ସାରା ଦେଶ ଶିଶୁ ଦିବସ ଭାବରେ ପାଳନ କରିଥାଏ । ନଭେମ୍ବର ୧୪ ତାରିଖ ହେଉଛି ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମଦିନ । ପଣ୍ଡିତ ନେହେରୁ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିଲେ ତେଣୁ ତାଙ୍କୁ ପିଲାମାନେ ଚାଚା ନେହେରୁ ବୋଲି ମଧ୍ୟ ସ୍ନେହରେ ଡାକୁଥିଲେ । ଶିଶୁମାନଙ୍କର ଏହି ବିଶେଷ ଦିବସକୁ ପାଳନ କରିବା ନିମନ୍ତେ ଆମେ ସମସ୍ତେ ଏକତ୍ରିତ ହୋଇଛୁ ବୋଲି ଶ୍ରୀମତି ଦାସ କହିଥିଲେ । ଶିଶୁ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ସାମାଜିକ କ୍ଳବ ଜାଗୋ ସଂପର୍କରେ ଶ୍ରୀମତି ଦାସ ନିଜ ଅଭିଭାଷଣରେ କହିଥିଲେ ଯେ ଏହି ଅନୁଷ୍ଠାନ ଦୀର୍ଘ ୧୮ବର୍ଷ ହେବ ସମାଜର ଅବହେଳିତ ଓ ନିଷ୍ପେସିତ ବର୍ଗର ଶିଶୁମାନଙ୍କର ପୋଷଣ, ଶିକ୍ଷା ଓ କଳାତ୍ମକ ଅଭିବୃଦ୍ଧି କ୍ଷେତ୍ରରେ କାର୍ଯ୍ୟ କରିଆସୁଛି । ସୋଆର ଛାତ୍ରଛାତ୍ରୀ ସେମାନଙ୍କ ମୂଲ୍ୟବାନ ସମୟକୁ ଏହି ଶିଶୁମାନଙ୍କ ଶିକ୍ଷା ଓ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ସ୍ୱେଚ୍ଛାକୃତ ଭାବେ ସହଯୋଗର ହାତ ବଢାଇଛନ୍ତି । ଏଥି ନିମନ୍ତେ ଜାଗୋ ସହ ଜଡ଼ିତ ସୋଆର ସମସ୍ତ ଛାତ୍ରଛାତ୍ରୀ ଭବିଷ୍ୟତରେ ସୁନାଗରିକ ଭାବରେ ନିଜକୁ ପ୍ରତିପାଦିତ କରିପାରନ୍ତୁ ଏହା ହିଁ ମୋର ଆଶା ଓ ବିଶ୍ୱାସ ବୋଲି ସେ କହିଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଜାଗୋ ଏକ ଜାଗରଣ ଭାବେ ଉଭା ହେବା ଆବଶ୍ୟକ । ବିଶ୍ୱବିଦ୍ୟାଳୟର ଏହି ସାମାଜିକ ଅନୁଷ୍ଠାନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ଉନ୍ନତି ସମ୍ଭବ ହୋଇପାରୁଛି ବୋଲି କୁଳପତି କହିଥିଲେ । ସୋଆର ସବୁ ଅନୁଷ୍ଠାନର ଛାତ୍ରଛାତ୍ରୀ ଜାଗୋ ସହ ଜଡିତ ହୁଅନ୍ତୁ ବୋଲି ପ୍ରଫେସର ନନ୍ଦ ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ଉପକୁଳପତି ପ୍ରଫେସର ନୀତା ମହାନ୍ତି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରି ସାଇନସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌) ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନସେସ୍ (ଆଇଏଏସ୍‌) ର ଡିନ୍ (ଇନ୍‌ଚାର୍ଜ) ପ୍ରଫେସର କାର୍ତିକ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜାଗୋର ମେଂଟର ପ୍ରଫେସର ଅନୀତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜାଗୋ କ୍ଳବର ଶିଶୁ ଓ ଏହା ସହିତ ଜଡିତ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking