15.1 C
Bhubaneswar
Monday, December 8, 2025
Homeଓଡିଶା ନୂଆପଡା ଉପନିର୍ବାଚନ: ୨୧ ରାଉଣ୍ଡ ସୁଦ୍ଧା ୬୯ ହଜାର ୨୨୫ ଭୋଟରେ ବିଜେପି ଆଗୁଆ

 ନୂଆପଡା ଉପନିର୍ବାଚନ: ୨୧ ରାଉଣ୍ଡ ସୁଦ୍ଧା ୬୯ ହଜାର ୨୨୫ ଭୋଟରେ ବିଜେପି ଆଗୁଆ

ନୂଆପଡା: ନୂଆପଡାରେ ରେକର୍ଡ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୨୧ ରାଉଣ୍ଡ ସୁଦ୍ଧା ୬୯ ହଜାର ୨୨୫ ଭୋଟରେ ବିଜେପି ଆଗୁଆ ଅଛି । ୨୧ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୧,୦୩, ୦୮୩ ଭୋଟ  ମିଳିଛି । ଦ୍ୱିତୀୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୩୩, ୮୫୮ ଭୋଟ ମିଳିଛି । ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୨, ୦୫୨ ଭୋଟ ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି ।ଷ୍ଟ୍ରଙ୍ଗ ରୁମରେ ସିଲ ହୋଇଥିବା ଇଭିଏମ ଖୋଲାଯାଇଛି । ଏକାସାଙ୍ଗେ  ପୋଷ୍ଟାଲ ବାଲାଟ ଓ ଇଭିଏମ ଗଣତି ଚାଲିଛି।  ପ୍ରଥମ ରାଉଣ୍ଡର ଗଣତି ସରିଛି । ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏବଂ ଭୋଟ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ। ଏନେଇ ପ୍ରଶାସନ ପକ୍ଷରୁ  ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩୫୮ଟି ବୁଥରେ ମତ ଗଣତି ହେବ । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି। ୨୬ ରାଉଣ୍ଡରେ ଭୋଟ ଗଣତି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking