ଭୁବନେଶ୍ୱର: ନୂଆପଡା ଉପନିର୍ବାଚନର ଆଜି ଭୋଟ ଗଣତି ଚାଲିଛି । ନୂଆପଡାରେ ବଡ ବିଜୟ ପଥରେ ଅଗକୁ ବଢୁଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଦ୍ୱିତୀୟ ସ୍ଥାନରେ କଂଗ୍ରେସ ରହିଥିବା ବେଳେ ତୃତୀୟ ସ୍ଥାନରେ ବିଜେଡି ରହିଛି । ଏହି ସମୟରେ ନୂଆପଡା ଉପନିର୍ବାଚନ ପାଇଁ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସିମ୍ପାଥି ଅପେକ୍ଷା କଳବଳ କୌଶଳ ଲଗାଇଲେ । ମାଇକ୍ରୋ ମ୍ୟାନେଜମେଣ୍ଟ କାମ କଲା । ଟ୍ରିପଲ ଇଞ୍ଜିନ୍ ସରକାର କାମ କଲା । ସରକାରୀ କଳ ଓ ବଳରେ ଦଳ କାମ କଲା । ଛତିଶଗଡ, ଓଡିଶା, କେନ୍ଦ୍ର ସରକାର କାମ କଲା । ଅନ୍ୟପଟେ, ୨୦ ରାଉଣ୍ଡ ସୁଦ୍ଧା ୬୫ ହଜାର ୫୯୮ ଭୋଟରେ ବିଜେପି ଆଗୁଆ । ୨୦ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୯୭, ୭୮୯ ଭୋଟ ମିଳିଛି । ଦ୍ୱିତାୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୩୨, ୧୯୧ ଭୋଟ ମିଳିଛି । ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୦, ୪୨୩ ଭୋଟ ମିଳିଛି ।










