ପୁରୀ: ଏଣିକି କେବଳ ଗୋଟିଏ ରାଜସ୍ୱ ଆଇନ ଓଡିଶାରେ ରହିବ । ପୁରୀରେ ସମୀକ୍ଷା ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । କହିଛନ୍ତି ସରକାର ଅଧ୍ୟୟନ କରୁଛନ୍ତି, ପ୍ରସ୍ତୁତି ଆରମ୍ଭ ହୋଇଛି । ଅନେକ ଜଟିଳ ଆଇନ ଅଛି, କିଛି ଆବଶ୍ୟକ ନାହିଁ । ନିକଟରେ ଆସିବ ଓଡିଶା ଗଭରମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ । ଏହା ସମୟ ଉପଯୋଗୀ ହେବ , ଲୋକଙ୍କ ବୁଝିଲା ଭଳି ହେବ ।










