ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ପାଇଁ ଅଧିକାରୀଙ୍କୁ ଟେନିଂ ଦିଆଯାଉଛି । କାଉଣ୍ଟିଂ ସୁପରଭାଇଜର୍ ଓ ଆସିଷ୍ଟାଣ୍ଟଙ୍କୁ ଦିଆଯାଉଛି ତାଲିମ । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଡିଆରଡିଏ ସଦ୍ଭାବନା ଗୃହରେ ଦିଆଯାଉଛି ଟ୍ରେନିଂ । ଆସନ୍ତାକାଲି ସକାଳ ୮ଟାରେ ଆରମ୍ଭ ହେବ ଭୋଟ୍ ଗଣତି । ୧୪ଟି ଟେବୁଲ୍ରେ ୨୬ ରାଉଣ୍ଟରେ ହେବ ଭୋଟ୍ ଗଣତି । ଭୋଟ ଗ୍ରହଣ ଓ ଗଣନା ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସୂଚନାଯୋଗ୍ୟ, ନଭେମ୍ବର ୧୧ରେ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା । ମୋଟ ୮୧.୯ ପ୍ରତିଶତ ଭୋଟିଂ ହୋଇଥିବା ରେକର୍ଡ କରାଯାଇଥିଲା ।










