27.1 C
Bhubaneswar
Sunday, February 22, 2026
Homeଓଡିଶାଆଜି ପ୍ରଥମାଷ୍ଟମୀ: ପୋଢୁଆଁ ହେବେ ବଡଠାକୁର

ଆଜି ପ୍ରଥମାଷ୍ଟମୀ: ପୋଢୁଆଁ ହେବେ ବଡଠାକୁର

ଭୂବନେଶ୍ୱର: ଆଜି ପ୍ରଥମାଷ୍ଟମୀା ଘରର ବଡମାନେ ନୂଆ ବସ୍ତ୍ର ପିନ୍ଧିବା ପରମ୍ପରା ରହିଛି। ଏହି ଅବସରରେ ଘରେ ପିଠାପଣା ହେବ । ବଡ଼ କଥା ହେଉଛି ପୋରୁହାଁ ପିଲାମାନଙ୍କୁ ଏହି ପର୍ବ ପାଇଁ ମାମୁଘରୁ ନୂଆ ପୋଷାକ ମିଳିଥାଏ। ମାମୁଘରେ ଭଣଜା ପୁଅଠୁ ବି ଅଧିକ ବୋଲି ବିବେଚନା କରାଯାଉଥିବାରୁ ମାମୁଘରୁ ନୂଆ ପୋଷାକ ମିଳିବା ପ୍ରଥା ଚଳିଆସୁଛି। ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା ବି କରାଯିବ।ପ୍ରଥମାଷ୍ଟମୀରେ ହେଉଥିବା ଏଣ୍ଡୁରୀ ପିଠା ହଳଦୀପତ୍ରରେ କରାଯାଏ।ଆଜି ପ୍ରଥମାଷ୍ଟମୀରେ ପୋଢୁଆଁ ହେବେ ବଡଠାକୁର।ଏଥିପାଇଁ ନିଆଳି ମାଧବାନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର।ପୁଣ୍ୟତୋୟା ପ୍ରାଚୀ ତଟରୁ ଶ୍ରୀକ୍ଷେତ୍ର ଆସିଛି ପୋଢୁଆଁ ଭାର। ଭଣଜାଙ୍କ ପାଇଁ ନୂଆବସ୍ତ୍ର ଓ ଫଳମୂଳ ପଠାଇଛନ୍ତି ନିଆଳିର ମାଧବାନନ୍ଦ ଜୀଉ । ମାମୁ ପଠାଇଥିବା ବସ୍ତ୍ର ପିନ୍ଧି ପୋଢୁଆଁ ହେବେ ବଡ଼ଠାକୁର । ଶ୍ରୀଜୀଉଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲା କଦଳୀ, ଘିଅ, ପାନ, ଗୁଆ, କର୍ପୂର, ଅଗୁର ଓ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ, ପଦ୍ମଫୁଲ ମାଳ ନେଇ ପୁରୀ ଅଭିମୁଖେ ଯାଇଛନ୍ତି ୨୦ ଜଣ ବେହେରା ସେବକ। ୭ ବର୍ଷ ହେଲା ନିଆଳି ମାଧବ ପୀଠରୁ ଶ୍ରୀମନ୍ଦିର ଯାଉଛି ପୋଢୁଆଁ ଭାର ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking