24.1 C
Bhubaneswar
Monday, February 2, 2026
Homeଓଡିଶାଘରୋଇ ଛାତ୍ରାବାସର ଅନ୍ତେବାସୀ ମୃତ, ଡାକ୍ତରଖାନାରେ ଉତ୍ତେଜନା

ଘରୋଇ ଛାତ୍ରାବାସର ଅନ୍ତେବାସୀ ମୃତ, ଡାକ୍ତରଖାନାରେ ଉତ୍ତେଜନା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ପଂଚାୟତର ପୁରୁଣାପାଣିଗୁଡାରେ ଥିବା ଘରୋଇ ଛାତ୍ରାବାସ ମିରାକଲ ଖ୍ରୀଷ୍ଠୀୟାନ ବୋର୍ଡିଂ ସ୍କୁଲରେ ଅନ୍ତେବାସୀ ୧୦ବର୍ଷର ଝିଅ ଲିପସା କନ୍ଧପାନଙ୍କର ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ଝୋଡିଗୁଡ଼ା ଗାଁର ବାବୁଲା କନ୍ଧପାନଙ୍କ ଝିଅ ମୃତ ଲିପସା। ଗତକାଲି ରାତିରେ ଲିପସାଙ୍କୁ ଜ୍ବର ହୋଇଥିବା ଦେଖି ଛାତ୍ରାବାସର କର୍ମଚାରୀମାନେ ପାରାସିଟମଲ ଔଷଧ ଦେଇଥିଲେ। ସକାଳୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇକି ଯାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଡିଏଚଏଚ୍‌ ପକ୍ଷରୁ ନବରଙ୍ଗପୁର ଥାନାକୁ ସୂଚନା ଦିଆଯାଇଥିଲା। ନବରଙ୍ଗପୁର ପୁଲିସ ଶବବ୍ୟାବଛେଦ କରିବାକୁ କହିବାରୁ ପରିବାରବର୍ଗ ନ କରିବାକୁ କହି ପାଟିତୁଣ୍ଡ କରିଥିଲେ। ପୁଲିସ ବହୁ ବୁଝାସୁଝା କରିବା ପ‌ରେ ପରିବାରବର୍ଗ ଶବବ୍ୟାବଛେଦ ପାଇଁ ରାଜି ହୋଇଥିଲେ। ଟାଉନଥାନା ପକ୍ଷରୁ ସବଇନିସପକ୍ଟେର କାର୍ତ୍ତିକ ଗୁଣ୍ଟା ମାମଲାର ତଦନ୍ତ କରି ବ୍ୟାବଛେଦ କରାଇ ପରିବାରବର୍ଗକୁ ହସ୍ତାନ୍ତର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking