ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭା ଗୃହରେ ଉପଖଣ୍ଡସ୍ତରୀୟ ଜନଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ, ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଯୋଗଦେଇ ଥିଲେ।ବାମନଘାଟୀ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳ, ଉପଖଣ୍ଡ ପୋଲିସ ଅଧିକାରୀ ଗୋକୁଳାନନ୍ଦ ସାହୁ ଓ ଉପଖଣ୍ଡ ଚିକିତ୍ସା ଅଧିକାରୀ ରବୀନ୍ଦ୍ରନାଥ ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ବିଭିନ୍ନ ଲାଇନ ବିଭାଗର ଉପଖଣ୍ଡ ଅଧିକାରୀ ଉପସ୍ଥିତ ରହିଥିଲେ। ଶିବିର ଆଜି ସକାଳ ୧୦ଟା ୩୦ମି ରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ୩୦ମିନିଟ ପର୍ଯ୍ଯନ୍ତ ଚାଲିଥିଲା । ଏଥିରେ ସର୍ବମୋଟ ୯୬ ଟି ଜନ ଅଭିଯୋଗର ଶୁଣାଣୀ କରାଯାଇଥିଲା। ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ସହିତ ୫ ଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ । ଅନ୍ୟ ଅଭିଯୋଗ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସେଥିମଧ୍ଯରୁ ୭୭ ଟି ବ୍ଯକ୍ତିଗତ ଅଭିଯୋଗର ଶୁଣାଣୀ ହୋଇଥିଲା ବେଳେ ୧୯ ଟି ସାମୁହିକ ଅଭିଯୋଗର ଶୁଣାଣି ହୋଇଥିଲା । ଶିବିରରେ ଉପଖଣ୍ଡର ସମସ୍ତ ବ୍ଲକର ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ଯକ୍ରମରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ଯାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।









