30.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଭେଣ୍ଟିଲେଟରରେ ଧର୍ମେନ୍ଦ୍ର: ଆଗାମୀ ୭୨ ଘଣ୍ଟା ଅତ୍ୟନ୍ତ ଚିନ୍ତାଜନକ

ଭେଣ୍ଟିଲେଟରରେ ଧର୍ମେନ୍ଦ୍ର: ଆଗାମୀ ୭୨ ଘଣ୍ଟା ଅତ୍ୟନ୍ତ ଚିନ୍ତାଜନକ

ମୁମ୍ବାଇ: ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ପୁଣି ଅସୁସ୍ଥ ହୋଇପଡିଛନ୍ତି। ଗତ ସପ୍ତାହରେ ତାଙ୍କ ଠାରେ ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖିବାକୁ ମିଳିବା ପରେ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏହି କିଛି ଦିନ ମଧ୍ୟରେ ସ୍ୱାସ୍ଥ୍ୟାବସ୍ଥାରେ ଅଧିକ ଅବନତି ଦେଖିବାକୁ ମିଳିବାରୁ ଏବେ ତାଙ୍କୁ ଆଇସିୟୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିବା ସୂଚନା ମିଳିଛି। ପରିବାର ସୂତ୍ରରୁ ଜଣାପଡିଛି ଯେ ଆସନ୍ତା ଡିସେମ୍ବର ମାସ ୮ ତାରିଖରେ ଏହି ମହାନ୍ ଅଭିନେତା ନିଜ ୯୦ତମ ଜନ୍ମଦିନ ପାଳନ କରିଥାନ୍ତେ। ଏସମ୍ପର୍କରେ ଜଣାପଡିବା ପରେ ଅଭିନେତାଙ୍କ କୋଟି କୋଟି ପ୍ରଶଂସକ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ଆରମ୍ଭରେ ଧର୍ମେନ୍ଦ୍ରଙ୍କ ଠାରେ ଆଖି ସର୍ଜରୀ ହୋଇଥିଲା। ତେବେ ଆଗାମୀ ୭୨ ଘଣ୍ଟା ଅତ୍ୟନ୍ତ ଚିନ୍ତାଜନକ ବୋଲି ଡାକ୍ତରୀ ଦଳ କହିଛନ୍ତି।

୬୦ ଦଶକରେ ଦିଲ୍ ଭି ତେରା ହମ୍ ଭି ତେରେ’ ନାମକ ଚଳଚ୍ଚିତ୍ର ଜରିଆରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ ଧର୍ମେନ୍ଦ୍ର। ନିଜ ଫିଲ୍ମ କ୍ୟାରିୟରରେ ଶୋଲେ, ଧରମବୀର, ଚୁପ୍‌କେ ଚୁପ୍‌କେ, ମେରା ଗାଓଁ ମେରା ଦେଶ, ଡ୍ରିମ୍ ଗାଲ୍‌ର୍ ଭଳି ଅନେକ ସୁପରଡୁପର ହିଟ୍ ଫିଲ୍ମ ଭେଟିଦେଇଛନ୍ତି ଏହି ବର୍ଷିଆନ୍ ଅଭିନେତା। ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ଏବଂ ସାହିଦ୍ କପୁର ଏବଂ କୀର୍ତ୍ତି ସାନନ୍‌ଙ୍କ ଅଭିନୀତ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ରେ ଧର୍ମେନ୍ଦ୍ର ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ସେହିପରି ଅମିତାଭ ବଚ୍ଚନ୍‌ଙ୍କ ନାତି ଅଗସ୍ତ୍ୟା ନନ୍ଦାଙ୍କ ଅଭିନୀତ ଫିଲ୍ମ ଇକ୍କିସ୍‌’ରେ ମଧ୍ୟ ଧମେନ୍ଦ୍ର ଅଭିନୟ କରିଛନ୍ତି। ଏହି ଫିଲ୍ମଟି ଡିସେମ୍ବର ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking