24.1 C
Bhubaneswar
Sunday, December 7, 2025
Homeଓଡିଶାଶିଶୁ କନ୍ୟାକୁ ଜଙ୍ଗଲରେ ଛାଡି ଦେଲେ ବାପାମାଆ

ଶିଶୁ କନ୍ୟାକୁ ଜଙ୍ଗଲରେ ଛାଡି ଦେଲେ ବାପାମାଆ

ଝାରସୁଗୁଡା: ଶିଶୁ କନ୍ୟା ବୋଲି ହେଲା ଅଲୋଡ଼ା । ଆଉ ଅଜବ ଢଙ୍ଗରେ ତାକୁ ଜଙ୍ଗଲରେ ଛାଡି ଦେଲେ ବାପାମାଆ ।  ଏମିତି ଏକ ଘଟଣା ଘଟିଛି ଝାରସୁଗୁଡ଼ା କାଦୋବାହାଲ ଜଙ୍ଗଲରେ । ଶିଶୁଟି କଇଁ କଇଁ ହୋଇ କାନ୍ଦୁଥିବା ବେଳେ ଶିଶୁର କାନ୍ଦ ଶୁଣି ସେହି ସମୟରେ ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତିଙ୍କର ଦୃଷ୍ଟି ପଡ଼ିଥିଲା । ସେ ଶିଶୁଟିକୁ ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ। ତେବେ ପୋଲିସ ଏବଂ ସ୍ଥାନୀୟ ବ୍ୟକ୍ତିମାନେ ଶିଶୁ କନ୍ୟାକୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି । ଶିଶୁର ପରିଚୟ ମିଳି ପାରିନାହିଁ । ଶିଶୁ କନ୍ୟା ହେଲା ବୋଲି ଶିଶୁଟି ଅଲୋଡ଼ା ହୋଇଗଲା ଏବଂ ଜଙ୍ଗଲରେ ମା ଛାଡ଼ି ଦେଇଥିବା ଆଲୋଚନା ହେଉଛି । ଏବେ ଶିଶୁ କନ୍ୟାକୁ CWC ହେପାଜତରେ ନେବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking