14.1 C
Bhubaneswar
Monday, December 8, 2025
Homeଦେଶ ବିଦେଶବାଥରୁମ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ବାଥରୁମ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀର ମହିଳାପୁରର ଏକ ଘରର ବାଥରୁମ୍‌ରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଉତ୍ତର – ପୂର୍ବ ଅଞ୍ଚଳର ବୋଲି ଚିହ୍ନଟ କରାଯାଇଛି । ତାଙ୍କ ବୟସ ପ୍ରାୟ ୨୩ ବର୍ଷ ବୋଲି ଜଣାପଡିଛି । ସେ ଗୁରୁଗ୍ରାମର ଏକ ସଫ୍ଟୱେର କମ୍ପାନୀରେ କାମ କରୁଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ବିକ ତଦନ୍ତରୁ ତାଙ୍କର ମୃତ୍ୟୁ ବିଦ୍ୟୁତ ଆଘାତରୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ସୂଚନାରୁ ପ୍ରକାଶ, ଗତକାଲି ମହିଳା ଜଣକ ଏକ ପାର୍ଟି ପାଇଁ ପ୍ରସ୍ତୁକ ହେଉଥିବା ବେଳେ ବାଥରୁମ୍‌ରେ ହିଟ୍ ରଡ୍‌କୁ ଧରିବା ପରେ ବିଦ୍ୟୁତ ଆଘାତ ପାଇ ତଲେ ପଡିଯାଇଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking