ପଶ୍ଚିମବଙ୍ଗ: ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର, ଓଡ଼ିଆ ବିଭାଗ ସାଂସ୍କୃତିକ ସଂଘ ଓ ବିଶ୍ୱଭାରତୀ ଓଡ଼ିଆ ସାହିତ୍ୟ ପରିଷଦ ପକ୍ଷରୁ ୦୫ ତାରିଖ ବୁଧବାର ସକାଳ ୫ଟା ୩୦ ମିନିଟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଓଡ଼ିଆ ପରମ୍ପରା ଅନୁଯାୟୀ ଅତୀତର ସମୃଦ୍ଧ ନୌବାଣିଜ୍ୟକୁ ସ୍ମରଣ କରି ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ସବିତା ପ୍ରଧାନ, ଡ. ଇନ୍ଦ୍ରମଣି ସାହୁ ତଥା ପରିଷଦର ଡ.କିଶୋର ଚନ୍ଦ୍ର ସ୍ବାଇଁ, ପ୍ର.ମନୋରଞ୍ଜନ ପ୍ରଧାନ,ଛାତ୍ର ସମ୍ପାଦକ ଶ୍ରୀତମଙ୍କ ସମେତ ବିଭାଗର ଗବେଷକ, ଛାତ୍ରଛାତ୍ରୀ ସମୂହ ଉପସ୍ଥିତ ଥିଲେ । ଶ୍ୟାମବାଟୀ ନିକଟସ୍ଥ ଲାଲବନ୍ଧ ଜଳାଶୟରେ ସ୍ବହସ୍ତ ନିର୍ମିତ ବୋଇତ ଭସାଇ ହୁଳହୁଳି ଓ କରତାଳିରେପ୍ରକମ୍ପିତ କରି ମହାଆନନ୍ଦରେ ପାଳନ କରିଥିଲେ ବିଶ୍ୱଭାରତୀ, ଓଡ଼ିଆ ବିଭାଗ ସାଂସ୍କୃତିକ ସଂଘ । ଏଠି ସହିତ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମିଳିତ ଭାବରେ ଏହି ଉତ୍ସବରେ ଯୋଗଦେଇ ଓଡ଼ିଆ ପରପଂରାକୁ ଉଜ୍ଜୀବିତ କରିଥିଲେ।










