ନୂଆପଡା: ନୂଆପଡାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀା ଗୋଟମା ଏୟାଷ୍ଟ୍ରିପରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ସୁନାବେଡାର ସୁନାଦେଇ ମନ୍ଦିର ଯିବେ । ଦର୍ଶନ ପରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ମାଗିବେ । ସୂଚନାଥାଉକି, ଆସନ୍ତାକାଲି ସଂଧ୍ୟାରେ ସରିବ ନୂଆପଡା ପ୍ରଚାର । ନୂଆପଡା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୃତୀୟ ଥର ପାଇଁ ନୂଆପଡା ଗସ୍ତରେ ଆସିଛନ୍ତି ।ଏହା ପୂର୍ବରୁ ସେ କୋମନା ଯାଇ ରୋଡ ସୋ କରିଥିଲେ । ମଞ୍ଚରେ ଅଭିଭାଷଣ ରଖି ବିରୋଧୀଙ୍କୁ କଡା ଜବାବ ମଧ୍ୟ ଦେଇଥିଲେ । ନଭେମ୍ବର ୧୧ରେ ଭୋଟ ୧୪ରେ ଫଳାଫଳ ପ୍ରକାଶ ପାଇବ । ଗତକାଲି ବିଜେଡି ନିଜର ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ମାଗିଥିଲେ ଏବଂ ରୋଡ ସୋ କରିଥିଲେ ନବୀନ ପଟ୍ଟନାୟକ । ଦିନ କେଇଟା ପରେ କେଉଁ ଦଳର ପଲା ଭାରି ରହିବ ତାହା ଦେଖିବାକୁ ଜନତା ଅପେକ୍ଷା କରିଛନ୍ତି ।










