25.1 C
Bhubaneswar
Saturday, December 6, 2025
Homeଓଡିଶାମାମଲା ପ୍ରତ୍ୟାହାର ପାଇଁ ହତ୍ୟା ଧମକ ଆସୁଛି: ପୀତବାସଙ୍କ ପତ୍ନୀ

ମାମଲା ପ୍ରତ୍ୟାହାର ପାଇଁ ହତ୍ୟା ଧମକ ଆସୁଛି: ପୀତବାସଙ୍କ ପତ୍ନୀ

ଗଞ୍ଜାମ: ପୀତବାସ ହତ୍ୟା ମାମଲାରେ ପୀତବାସଙ୍କ ପତ୍ନୀ ପ୍ରେସମିଟ କରିଛନ୍ତି । କହିଛନ୍ତି, ମାମଲା ପ୍ରତ୍ୟାହାର ପାଇଁ  ଧମକ ଆସୁଥିବା ଅଭିଯୋଗ କଲେ ପତ୍ନୀ । ଅଜଣା ନମ୍ବରରୁ ପାଖକୁ ୨ ଥର ଧମକପୂର୍ଣ୍ଣ କଲ ଆସିଛି । ମାମଲା ପ୍ରତ୍ୟାହାର ନକଲେ ଜୀବନରୁ ମାରିଦେବାକୁ  ଧମକ ଦେଉଛନ୍ତି । ବିକ୍ରମ ପଣ୍ଡାଙ୍କ ନାଁ ନେଇ ହତ୍ୟା ଧମକ ଦିଆଯାଉଛି । ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଧମକ ଦିଆଯାଉଛି ।  ଧମକପୂର୍ଣ୍ଣ ଫୋନ କଲକୁ  ନେଇ ଆମେ ଭୟଭୀତ ଅଛୁ । ଆମ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଦିଆଯାଉ ।

ସୂଚନାଥାଉ କି, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ରିମାଣ୍ଡରେ ଯିବେ ଉମା, ଯୋଗୀ । ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇ ଜେରା କରିସାରିଛି । ଏବେ ପୁଣିଥରେ ସେଥିମଧ୍ୟରୁ ଦୁଇ ଅଭିଯୁକ୍ତ ଉମା ବିଶୋୟୀ ଓ ଯୋଗେନ୍ଦ୍ର ରାଉତକୁ ରିମାଣ୍ଡରେ ନେଇ ଅଧିକ ଜେରା କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍‌ । ପୂର୍ବରୁ କର୍ପୋରେଟର୍ ମଳୟ ବିଶୋୟୀ ଓ ଆଇନଜୀବୀ ମଦନ ଦଳେଇଙ୍କ ସମେତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଉମା ବିଶୋୟୀ, ଯୋଗେନ୍ଦ୍ର ରାଉତ ଓ ସୁଟର୍‌ କୁରୁପତି ଭୂୟାଁ ସମେତ ଚିଣ୍ଟୁ ପ୍ରଧାନକୁ ଦୁଇଦିନିଆ ରିମାଣ୍ଡରେ ନେଇ ପୁଲିସ ଜେରା କରିଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking