କଟକ: କଟକ ବାଲିଯାତ୍ରାରେ ସିଏମସି ପକ୍ଷରୁ ଖାଦ୍ୟ ସୁରକ୍ଷା ବିଭାଗର ଚଢାଉ। ବିଭିନ୍ନ ଷ୍ଟଲ ଉପରେ ରେଡ କରି ଖାଦ୍ୟର ମାନ ଯାଞ୍ଚ କରାଯିବ । ପନିର, ଚିକେନ, ରାବିଡି ଭଳି ବିଭିନ୍ନ ଖାଦ୍ୟ ବାସି ହୋଇଯିବା ପରେ ବି ଦୋକାନରେ ରଖାଯାଇଥିଲା । ପୋଡା ତେଲ ଓ ବ୍ୟବହାର ହୋଇସାରିଥିବା ଖାଦ୍ୟକୁ ପୁଣି ଆଜି ବ୍ୟବହାର କରିବା ପାଇଁ ରଖିଥିଲେ ଅନେକ ଦୋକାନୀ । କଟକ ମହାନଗର ନିଗମ ପକ୍ଷରୁ ଚଢାଉ କରାଯାଇ ସେସବୁ ଷ୍ଟଲରୁ ଖାଦ୍ୟକୁ ନଷ୍ଟ କରାଯାଇଛି । କିଛି ନିୟମ ଖିଲାପକାରୀଙ୍କ ବିରୋଧରେ ବ୍ୟାପକ ପରିମାଣର ବାସି ଖାଦ୍ୟ ନଷ୍ଟ କରିବା ସହ କାଟିଛନ୍ତି ଫାଇନ ।










