18.1 C
Bhubaneswar
Monday, February 9, 2026
Homeଓଡିଶାନଆଁ ଆଁରେ ୧୦ବଖରା ଭସ୍ମୀଭୂତ

ନଆଁ ଆଁରେ ୧୦ବଖରା ଭସ୍ମୀଭୂତ

ନାଉଗାଁ: ନାଉଗାଁ ତହସିଲ ଅଧିନସ୍ଥ ଘୋଡାଂଶ ପଞ୍ଚାୟତ ହରଶିପୁର ଗ୍ରାମରେ ନିଆଁ ଲାଗି ତନି ପରିବାରର ୧୦ ବଖରା ଘର ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ପ୍ରକାଶ, ଉକ୍ତ ଗ୍ରାମର ଶିବ ରାଉଳଙ୍କ ଘରେ ଗୁରୁବାର ସନ୍ଧ୍ୟା ସମୟରେ କୌଣଷି କାରଣ ବଶତଃ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଶିବଙ୍କ ଘରେ ଥିବା ଗ୍ୟାସ୍ ସିଲିଣ୍ଡର୍ ଫାଟିବାରୁ ତାଙ୍କ ଘର ସମେତ ଘରକୁ ଲାଗି ରହିଥିବା ତାଙ୍କ ଦୁଇଭାଇ ପ୍ରଶାନ୍ତ ରାଉଳ ଓ ଗଦାଧର ରାଉଳଙ୍କ ଘରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଫଳରେ ସ୍ଥାନୀୟ ଲୋକମାନେ ନାଉଗାଁ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ବିଭାଗ ପକ୍ଷରୁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦମକଳ ଗାଡ଼ି ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଉକ୍ତ ତିନି ଭାଇଙ୍କର ୧୦ବଖରା ଘର ସଂପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଘରେଥିବା ଧାନ, ଚାଉଳ, ବିରି, ମୁଗ, ଟଙ୍କା, ପଇସା, ସୁନା, ରୂପା ଆଦି ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଖବରପାଇ ନାଉଗାଁ ବିଡିଓ ନିରଞ୍ଜନ ପରିଡ଼ା ଘଟଣାସ୍ଥଳରେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଉକ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking