15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶବିକଳ ଚିତ୍ର : ଖବରକାଗଜରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ପିଲା

ବିକଳ ଚିତ୍ର : ଖବରକାଗଜରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ପିଲା

ବୁଲେଟ ଟ୍ରେନ ଚଳାଇବାକୁ ଯାଉଛନ୍ତି, ଭାରତୀୟଙ୍କୁ ମହାକାଶକୁ ପଠାଉଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଦେଶ ଏବେ ବି ମୌଳିକ ଭିତ୍ତିଭୂମି ଓ ଆବଶ୍ୟକତାକୁ ନେଇ ସଂଘର୍ଷ କରିଚାଲିଛି । ଏହି ନିଷ୍ଠୁର ବାସ୍ତବିକତାକୁ ମନେପକାଇଦେଇଛି ମଧ୍ୟପ୍ରଦେଶର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ମଧ୍ୟପ୍ରଦେଶର ଶିଓପୁର ଜିଲ୍ଲା ବିଜୟପୁର ବ୍ଲକ ହୁଲପୁର ଗାଁରେ ଥିବା ଏହି ସ୍କୁଲରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ସ୍କୁଲର ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକି ସରକାରଙ୍କ ସବୁ ବିକାଶ ଦାବିକୁ ମିଛ ପ୍ରମାଣିତ କରିଦେଇଛି ।

ଭିଡିଓରେ ଦେଖାଯାଉଛି ଯେ ଛୋଟ ଛୋଟ ପିଲାମାନେ, ଯେଉଁମାନଙ୍କ ମଧ୍ୟରେ ଦିବ୍ୟାଙ୍ଗ ମଧ୍ୟ ଅଛନ୍ତି, ସେମାନେ ଖବରକାଗଜ ଓ ରଦ୍ଦି କାଗଜରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ସ୍କୁଲ ବାହାରେ ସେମାନେ ବସି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ନା ମୁଣ୍ଡ ଉପରେ ସେମାନଙ୍କ ଛାତ ଅଛି, ନାଁ ତଳେ ସିମେଣ୍ଟ ଚଟାଣ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜ୍ୟର ବିଜେପି ସରକାର ମଧ୍ୟାହ୍ନ ଭୋଜନର ଗୁଣବତ୍ତା ବଢାଇବାକୁ କହି ନିର୍ବାଚନ ଜିତିଥିଲେ । ସେହିପରି କେନ୍ଦ୍ର ସରକାର ପିଏମ ପୋଷଣ ସ୍କିମରେ ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ଦେବା କଥା କହୁଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ଶିଓପୁର ଜିଲ୍ଲାପାଳ ଅର୍ପିତ ବର୍ମା ଉପଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମଧ୍ୟାହ୍ନ ଭୋଜନ ସହ ସଂପୃକ୍ତ ଏନଜିଓକୁ ଏହି ଦାୟିତ୍ବରୁ ବାହାର କରିଦିଆଯାଇଛି । ସେହିପରି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନୋଟିସ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking